ହରିଚନ୍ଦନପୁର : ଆଜି ବିଳମ୍ବିତ ରାତିରେ ଦୈତାରୀ - ବାଂଶପାଣି ରେଳ ପଥର ହରିଚନ୍ଦନପୁର ବ୍ଲକ ଶଗଡପଟା ପାଞ୍ଚାୟତ ଘଣଘଣା ନାଳ ନିକଟରେ ଟ୍ରେନ ଧକ୍କାରେ ଏକ ଦନ୍ତା ଗୁରୁତର ଆହତ ହୋଇଛି। ରାତି ପାଖାପାଖି ୯ଟା ବେଳେ ଦନ୍ତାଟି ଟ୍ରେନଲାଇନ ପାର ହେଉଥିବା ବେଳେ ଏକ ମାଲବାହୀ ଟ୍ରେନ ତାକୁ ଧକ୍କା ଦେଇଥିଲା। ଫଳରେ ହାତୀଟି ଛିଟିକି ପଡ଼ି ଗୁରୁତର ଆହତ ହୋଇଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି।
ଟ୍ରେନ୍ ଧକ୍କାରେ ଦନ୍ତା ଗୁରୁତର
/sambad/media/post_attachments/wp-content/uploads/2021/05/fcf0a3df-7c3f-4ec0-a9b1-f62e288c0881.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)