ଆଜି ବି କରଞ୍ଜିଆରେ ହାତୀ ଆତଙ୍କ, ଦୁଇଟି ଘର ଭାଙ୍ଗିଲେ ହାତୀପଲ

ବାରିପଦା: ଆଜି ବି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ହାତୀ ଆତଙ୍କ ଥମି ନଥିବାର ଖବର ମିଳିଛି। ଆଜି ବି ସେହି ଅଞ୍ଚଳରେ ୨୨ଟି ହାତୀ ଥିବା ଏକ ବଡ଼ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଶୁକ୍ରୁଳି ବ୍ଲକ ଅନ୍ତର୍ଗତ ପଣସି ଗାଁରେ ପଶି ହାତୀପଲ ଦୁଇଟି ଘର ଭାଙ୍ଗିଛନ୍ତି। ଏହାପରେ ଧର୍ମାବେଡ଼ା ଜଙ୍ଗଲରେ ହାତୀପଲ ଡେରା ପକାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଗତକାଲି ସୁନାପୋଷୀ ଜଙ୍ଗଲ ନିକଟସ୍ଥ ବେଗୁନାବିନ୍ଧା ଗାଁରେ ପଶି ହାତୀ ପଲ ବ୍ୟାପକ କ୍ଷୟକ୍ଷତି କରିଥିଲେ। ଧାନ ବିଲରେ ପଶି ଫସଲ ନଷ୍ଟ କରିବା ସହିତ କିଛି ଘର ମଧ୍ୟ ଭାଙ୍ଗି ଦେଇଥିଲେ। ହାତୀ ଭୟରେ ଏବେ ଗାଁ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।

କିଛି ଦିନ ମଧ୍ୟରେ ହାତୀ ପଲ ବ୍ୟାପକ କ୍ଷତି ଘଟାଉଥିଲେ ମଧ୍ୟ ବନବିଭାଗ ହାତୀ ଘଉଡାଇବାକୁ ପଦକ୍ଷେପ ନେଉନ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ତୁରନ୍ତ ହାତୀ ନ ଘଉଡାଇଲେ ଆଗକୁ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର