ନିଦ ହଜାଇ ଦେଲେଣି ହାତୀପଲ

ଚମକପୁର : ୧୭ ଟିକିଆ ହାତୀପଲ ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଉତ୍ପାତ ଜାରି ରଖିଥିବା ବେଳେ ଲୋକଙ୍କ ନିଦ ହଜାଇ ଦେଲେଣି। ସନ୍ଧ୍ୟା ହେଲେ ଲୋକେ ତାଟିକବାଟ କିଳି ଘରେ ରହୁଛନ୍ତି। ହାତୀପଲ ସଂଧ୍ୟାରେ ବାହାରି ରାତି ସାରା ବିଭିନ୍ନ ଗ୍ରାମରେ ପଶି ଉତ୍ପାତ କରୁଛନ୍ତି। ଘର ଭାଙ୍ଗିବା ସହ ଖରାଟିଆ ଧାନ ଫସଲକୁ ଦଳିମକଚି ନଷ୍ଟ କରି ଦେଉଛନ୍ତି। ଦୀର୍ଘ ୮ ଦିନ ହେବ ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଏଭଳି ଉତ୍ପାତ ଚଳାଇଛନ୍ତି।

ବନ ବିଭାଗ ସୂତ୍ରରୁ ଜଣାପଡିଛି ଯେ, ଗତ ୨୯ ତାରିଖରେ ଯୋଡ଼ା ସେକ୍ସନରୁ ଏହି ହାତୀପଲ ବୈତରଣୀ ନଦୀ ପାର ହୋଇ ଚମ୍ପୁଆ ସେକ୍ସନ ଅଞ୍ଚଳକୁ ଚାଲି ଆସିଛନ୍ତି। ହାତୀପଲ ମୁକୁନ୍ଦପୁର ଜଙ୍ଗଲରେ ରହି ସେହି ଦିନ ଠାରୁ ବିଭିନ୍ନ ଗ୍ରାମରେ ପଶି ଉତ୍ପାତ କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ଗତକାଲି ଅପରାହ୍ଣରେ ଟୁଣୁଟୁଣ। ଓ କ।ଟୁଳିକେନା ଗାଁରେ ଖରାଟିଆ ଧାନଚାଷକୁ ହାତୀପଲ ଖାଇବା ସହ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଏହାପରେ ଗତ ରାତିରେ ଉଖୁଣ୍ଡା ସେକ୍ସନ ଲକ୍ଷ୍ମୀପଶି ଗାଁରେ ପଶି ଲିବିୟା ମୁଣ୍ଡା ଓ ରାମିୟା ମୁଣ୍ଡାଙ୍କ ଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି। ହାତୀପଲ ଟୁଣୁଟୁଣା, କାଟୁଳିକେନା, ସରେଇ, କାଞ୍ଜିଆ ଶଳା, କରଞ୍ଜିଆ, ଗୁଣ୍ଡୁଣିଆ ଓ ଲକ୍ଷ୍ମୀପଶି ଗ୍ରାମ ଦେଇ ଉଖୁଣ୍ଡା ସେକ୍ସନର ଗିଧିବାସ ଗ୍ରାମ ନିକଟସ୍ଥ ଏକ ହୁଡ଼ିରେ ରହିଛନ୍ତି। ଏଥିରେ ସମୁଦାୟ ୧୭ ଟି ହାତୀ ରହିଥିବା ଚମ୍ପୁଆ ବନପାଳ ପ୍ରମୋଦ କୁମାର ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର