ରାଉରକେଲା /ଗୁରୁଣ୍ଡିଆ : ଗତ କାଲି ବଣାଇ ବନଖଣ୍ଡ ତାମଡା ରେଞ୍ଜ ଅନ୍ତର୍ଗତ ସୋଲଡେଗା ଗ୍ରାମରେ ଏକ ଦନ୍ତା ହାତୀର ମୃତ ଦେହ ଉଦ୍ଧାର ହୋଇଛି। ମୃତ ହାତୀର ବୟସ ୫୯ବର୍ଷରୁ ଅଧିକ ହେବ ବୋଲି ଜଣାପଡିଛି l ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଏହା ବାର୍ଦ୍ଧକ୍ୟଜନିତ ମୃତ୍ୟୁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି l
ଡିଏଫଓ ସନତ୍ କୁମାର ଏନ୍, ଏସିଏଏଫ ଜୋହାନା ଓରାମ୍, ରେଞ୍ଜର ଅକ୍ଷୟ କୁମାର ଛତରିଆ, ଫରେଷ୍ଟର ରାଜୀବ ସାହୁ, ପ୍ରଦୀପ କୁମାର ଭୋଇ, ତାପସ ସତପଥୀ ଯାଇ ମୃତ୍ୟୁର ତଦନ୍ତ କରିଛନ୍ତି l ଆଜି ହାତୀର ମୃତଦେହକୁ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି l ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଡ଼ିଏଫଓ କହିଛନ୍ତି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/t-224.jpg)