ରାଇସୁଆଁ : ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନାହିଁ। ଗତକାଲି ସଂଧ୍ୟାରେ ଏକ ୨୫ଟିକିଆ ହାତୀପଲ ରାଣୀବେଡ଼ା ଗ୍ରାମରେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ପଟିଲ ମହାନ୍ତ ସାହିର ଅରକ୍ଷିତ ବେହେରା, ଆଦିକାନ୍ତ ବେହେରା, ଦେବଦତ୍ତ ବେହେରା, ଧ୍ରୁବ ପଧାନ, ଜଳଧର ପ୍ରଧାନ, ଟୁନୁ ପ୍ରଧାନ, ରବି ସାହୁ, ଛବି ସାହୁ, ପ୍ରଫୁଲ୍ଲ ନାୟକ, ଉଦୟ ମହାକୁଡ, କ୍ଷୀରୋଦ ସିଂହ ପ୍ରମୁଖଙ୍କର ଧାନ ଫସଲ, ବାଇଗଣ, ବୋଇତିକଖାରୁ ଆଦି ପନିପରିବା ଫସଲକୁ ହାତୀପଲ ସଂପୂର୍ଣ୍ଣ ଦଳିଚକଟି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ବନବିଭାଗ ସରଜମିନ ତଦନ୍ତ କରି ଚାଷୀଙ୍କୁ କ୍ଷତି ପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଫସଲ ନଷ୍ଟ କଲେ ହାତୀପଲ
/sambad/media/post_attachments/wp-content/uploads/2022/08/crop-d.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)