ଢେଙ୍କିକୋଟ:ରୁଟିଶିଳା, ପର୍ଶୁରାମପୁର, ଛତିଆ ଓ ମନୋହରପୁର ଗ୍ରାମ ଇଲାକାରେ ଉପଦ୍ରବ କରୁଥିବା ୬ ଘରିଆ ହାତୀପଲ ସୋମବାର ପାଖାପାଖି ମଧ୍ୟରାତ୍ରୀରେ କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଇଲାକାରେ ପ୍ରବେଶ କରିଥିଲେ। ଛତିଆ ଦେଇ ଏହି ହାତୀପଲ ଢେଙ୍କିକୋଟ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ନିକଟ ଭାଗିରଥି ପୃଷ୍ଟି, ବିଶ୍ବରଂଜନ ପୃଷ୍ଟି, ବିବେକାନନ୍ଦ ପୃଷ୍ଟି ଓ ରବିନାରାୟଣ ପୃଷ୍ଟିଙ୍କ ଘର ପାଚେରୀ ଭାଙ୍ଗି ପଶିବା ସହ ବାଡିରୁ ୨ରୁ ଅଧିକ କଦଳୀ ବୁଦା ସମ୍ପୂର୍ଣ ନଷ୍ଟ କରି ଖାଇ ଦେଇଛନ୍ତି।

Advertisment

ସେହିପରି ୩ ଟି ନଡିଆ ଗଛ ଏହି ହାତୀପଲ ଭାଙ୍ଗିଥିବା ବେଳେ ୧ ଶହ ଫୁଟରୁ ଊର୍ଦ୍ଧ୍ବ ପାଚେରୀ ଭାଙ୍ଗି ଦେଇଛନ୍ତି । ୪ ଟି ମାଇ ହାତୀ ଓ ୨ ଟି ଛୋଟ ହାତୀ ଥିବା ଏହି ୬ ଟିକିଆ ହାତୀ ପଲଙ୍କୁ ବଜାର ଅଞ୍ଚଳରେ ପୁରାଇ ନଦେବା ପାଇଁ ଢେଙ୍କିକୋଟ ବନପାଳ ଚିତ୍ତରଞ୍ଜନ ପରିଡା ଓ ଅନ୍ୟ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡିଥିଲା। ଆଜି ଭୋରରୁ ବନବିଭାଗ ହାତୀପଲଙ୍କୁ ଛତିଆ ଜଙ୍ଗଲରେ ଛାଡିଥିବା ବେଳେ ପୃଷ୍ଟି ଭାତ୍ରାଙ୍କ ଘରକୁ ଯାଇ କ୍ଷୟ କ୍ଷତି ଆକଳନ କରିଛନ୍ତି।