ଚୌଦ୍ୱାର : ଚୌଦ୍ୱାର ଥାନା ଅନ୍ତର୍ଗତ ବାଣୀପଦା ପଂଚାୟତକୁ ୨୨ଟି ହାତୀ ପଶି ଆସି ଉପଦ୍ରବ ଚଳାଇଛନ୍ତି। ଏହି ହାତୀପଲଙ୍କ ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ଶୁକ୍ରବାର ବିଳମ୍ବିତ ରାତିରେ ଏହି ହାତୀପଲ ବାଣୀପଦା ଅଞ୍ଚଳରେ ପଶିଥିଲେ। ହାତୀପଲ ଆଠଗଡ ବନଖଣ୍ତ ଶଶାଙ୍କ ଅଞ୍ଚଳରୁ ଆସି ଗଲା ୩ ଦିନ ଧରି ଚୌଦ୍ବାର ଥାନା ଅନ୍ତର୍ଗତ ଆଗ୍ରାହାଟ ଅଞ୍ଚଳରେ ରହିଥିଲେ। ଚୌଦ୍ବାର ବନବିଭାଗ କର୍ମଚାରୀମାନେ ତାଙ୍କୁ ଶଶାଙ୍କ ଅଞ୍ଚଳକୁ ଘଉଡାଇ ଦେଇଥିଲେ। ସେମାନେ କିନ୍ତୁ ପୁଣି ଫେରି ଆସି ବାଣୀପଦାରେ ଧାନଫସଲ ନଷ୍ଟ କରିବା ସହ ସକାଳ ହୋଇ ଯିବାରୁ ବାଣୀପଦାର ଜଣଙ୍କ ଘରବାଡ଼ିରେ ରହିଯାଇଥିଲେ। ହାତୀ ଗୋଟିଏ ସ୍ଥାନରେ ରହିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
/sambad/media/post_attachments/wp-content/uploads/2020/10/elephant-1-300x165.jpg)
ଏ ସଂପର୍କରେ ଖବର ପାଇ ଚୌଦ୍ୱାର, ମଙ୍ଗରାଜପୁର, ଓରନ୍ଦା ସେକ୍ସନରୁ ହାତୀ ଘଉଡାଳିମାନେ ଆସି ବାଣ ଓ ନିଆଁହୁଳା ସାହାଯ୍ୟରେ ହାତୀପଲକୁ ଛତିଶା ପାଟ ମଧ୍ୟକୁ ଘଉଡ଼ାଇ ଦେଇଥିଲେ। ହାତୀପଲ କଜଳକଣା–ବାଣୀପଦା ମୁଖ୍ୟରାସ୍ତା ଦେଇ ଛତିଶାପାଟକୁ ଯିବାବେଳେ ରାସ୍ତାରେ ପ୍ରାୟ ଏକଘଣ୍ଟା କାଳ ଯାତାୟତ ବନ୍ଦ ହୋଇଯାଇଥିଲା। ହାତୀପଲ ପଂଚାୟତର ବାଣୀପଦା, ବନ୍ଦାଳ, ଶୋଷପାଟଣା, ପାବାଟିଆ, କୋଇଲି ଗାଡିଆ ମୌଜାର ନିରଞ୍ଜନ ବଳ, ସିଦିଆ ସାମଲ, ଶ୍ୟାମ ନାୟକ, ସୁରେନ୍ଦ୍ର ସାହୁ, ଝରି ସାହୁ, କାଠି ସାମଲ, ପାନନ ବରାଳ, ପୁଆ ଜେନା, କ୍ଷୀର ପ୍ରଧାନ, ରବିନ୍ଦ୍ର ରାଉତ, ବିବେକାନନ୍ଦ ବେଉରା, ଅଭିରାମ ସାମଲ, ବାଇନ ରାଉତ, କେଶ ରାଉତ, ପ୍ରମୋଦ ସ୍ବାଇଁ, ବିଦୁର ପ୍ରଧାନ, ପ୍ରହଲ୍ଲାଦ ନାୟକ, ସୁଦର୍ଶନ ବେହେରା, ଜୟନ୍ତ ମହାନ୍ତି ପ୍ରମୁଖ ଚାଷୀଙ୍କ ୫୦ ଏକରରୁ ଅଧିକ ଧାନ ଫସଲ ନଷ୍ଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/elephant-2a.jpg)