ଯୋଡ଼ା : ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବିଛାକୁଣ୍ଡି ରାସ୍ତାରେ କିଛିଦିନ ହେବ ଦିନବେଳେ ହାତୀପଲ ବିଚରଣ କରୁଛନ୍ତି। ଫଳରେ ଲୋକେ ଭୟଭୀତ ହୋଇ ଯାତାୟାତ କରୁଛନ୍ତି। ବନ ବିଭାଗର ସୂଚନା ଅନୁଯାୟୀ, ୨୨ଟି ହାତୀ ଚମ୍ପୁଆ ରେଞ୍ଜର ବିଭିନ୍ନ ସ୍ଥାନରେ ବିଚରଣ କରୁଛନ୍ତି। ଏଥିରେ ୫ଟି ଦନ୍ତ।, ୧୦ଟି ମାଈ ଏବଂ ୭ଟି ଛୁଆହାତୀ ରହିଛନ୍ତି। ବିଛାକୁଣ୍ଡି ଜଙ୍ଗଲ ରାସ୍ତାରେ ହାତୀପଲ ବିଭିନ୍ନ ସମୟରେ ବୁଲୁଛନ୍ତି। ଫଳରେ ଏହି ରାସ୍ତା ଦେଇ ଯାଉଥିବା ଜନସାଧାରଣ ଓ ଶ୍ରମିକମାନେ ଭୟଭୀତ ହୋଇପଡ଼ୁଛନ୍ତି। ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ହାତୀପଲଙ୍କୁ ଅନ୍ୟତ୍ର ଘଉଡ଼ାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ବିଛାକୁଣ୍ଡି ରାସ୍ତାରେ ହାତୀପଲ
/sambad/media/post_attachments/wp-content/uploads/2022/07/elephants-ddd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)