ଜଳକ୍ରୀଡ଼ା କଲେ ହାତୀ

ଚମକପୁର : ଝାଡ଼ଖଣ୍ଡ ଅଞ୍ଚଳରୁ ଏକ୧୫ ଟିକିଆ ହାତୀପଲ ଆଜି ଆସି ଚମ୍ପୁଆ ରେଞ୍ଜ ଚମକପୁର ଗାଁ ବିସ୍ଥାପିତ ଅଞ୍ଚଳରେ ପହଞ୍ଚିଛନ୍ତି। ଗତକାଲି ସନ୍ଧ୍ୟା ସମୟରେ ବଡ଼ବିଲ ରେଞ୍ଜ ବିଲେଇପଦା ସେକ୍ସନର କୁଦାପି ଗ୍ରାମ ଚାଷଜମିରେ ପଶି ଧାନ ଫସଲ ଖାଇବା ପରେ ବୈତରଣୀ ନଦୀ କୂଳ ଦେଇ କାହ୍ନୁପୁର, କଣ୍ଡରା ଛକର ୫୨୦ ଜାତୀୟ ରାଜପଥ ଅତିକ୍ରମ କରିଥିଲେ। ଆଜି ଚମକପୁର ଅଞ୍ଚଳରେ ପହଞ୍ଚିବା ପରେ ବୈତରଣୀ ନଦୀରେ ଜଳ କ୍ରୀଡା କରିଥିଲେ।

ଖାଦ୍ୟ ‌ଅନ୍ବେଷଣରେ ଏହି ହାତୀପଲ ବିସ୍ଥାପିତ ଅଞ୍ଚଳରେ ଚଳପ୍ରଚଳ କରୁଥିବା ଦେଖାଯାଇଥିଲା। ଏହି ହାତୀପଲଙ୍କୁ ଦେଖି ସ୍ଥାନୀୟ ଅଧିବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଅନ୍ୟପଟେ ଏହି ଝାଡ଼ଖଣ୍ଡୀ ହାତୀପଲଙ୍କ ଗତିବିଧି ଉପରେ ବନ ବିଭାଗ କଡ଼ା ନଜର ରଖିଥିବା ବାଲିବନ୍ଧ ଫରେଷ୍ଟର ବୁଲୁ ନାହାକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର