ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ ଦୈତାରୀ ତାରିଣୀ ଫାଟକ ପଛ ମନ୍ଦିର ନିକଟରେ ଗୁରୁବାର ସନ୍ଧ୍ୟାରେ ୮ ଟିକିଆ ହାତୀପଲ ଥିବା ଦେଖିବାକୁ ମିଳିଛି । ହାତୀପଲଙ୍କୁ ଦେଖି ଦୈତାରୀବାସୀ ଭୟଭୀତ ହୋଇପଡିଛନ୍ତି । ଏହି ହାତୀପଲରେ ଏକ ଛୁଆ ହାତୀ ରହିଛି । ହାତୀପଲକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗି ରହିଛି ।
ହାତୀପଲର ଗତିବିଧି ଉପରେ ବନ ବିଭାଗ ନଜର ରଖିଛି । ହାତୀପଲ ରାସ୍ତା ଅତିକ୍ରମ କରିବା ପାଇଁ ଚେଷ୍ଟା କରୁଛନ୍ତି। ମାତ୍ର ରାସ୍ତାରେ ଗାଡ଼ି ଯାତାୟାତ କରୁଥିବାରୁ ହାତୀପଲ ଯାଇପାରୁ ନଥିବା ବନପାଳ ଦିବାକର ମୁଣ୍ଡା ସୂଚନା ଦେଇଛନ୍ତି । ଅଧିକ ରାତି ହେଲେ ହାତୀପଲ ରାସ୍ତା ଅତିକ୍ରମ କରି ତଳକୁ ଚାଲିଯିବେ ବୋଲି ବନପାଳ ଶ୍ରୀମୁଣ୍ଡା ଜଣାଇଛନ୍ତି । ବନପାଳଙ୍କ ସମେତ ବନ ସୁରକ୍ଷା ବାହିନୀ ହାତୀପଲକୁ ଜଗି ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/elephants-in-daitari.jpg)