ଆଠଗଡ଼: ମହାନଦୀ ପଠାରେ ଫସିଲେ ହାତୀପଲ । କଟକ ଜିଲ୍ଲା ବାଙ୍କୀ କଇଁମୁଣ୍ଡି ନିକଟରେ ୮ଟି ହାତୀ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ୩ଟି ହାତୀ ଛୁଆ ଅଛନ୍ତିି । ଏମାନେ ଆଠଗଡ ସଂରକ୍ଷିତ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଫେରୁଥିବା ବେଳେ ମହାନଦୀ ପଠାରେ ଫସି ଯାଇଥିଲେ । ହାତୀ ପଲକୁ ଉଦ୍ଧାର ପାଇଁ ବନବିଭାଗର ୫ ଜଣ କର୍ମଚାରୀ ସେଠାରେ ପହଞ୍ଚିଥିଲା।
ଏଭଳି ପୂର୍ବରୁ ମଧ୍ୟ ହାତୀମାନେ ମହାନଦୀରେ ଫସିଛନ୍ତି । ହାତୀଙ୍କୁ ବନବିଭାଗ ଉଦ୍ଧାର କରି ଥାନ୍ତି । ତେବେ ଆଜି ମଧ୍ୟ ଚନ୍ଦକା ଅଭୟାରଣ୍ୟକୁ ଫେରିବା ବେଳେ ହାତୀମାନେ ମହାନଦୀରେ ଫସି ଯାଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/ହାତୀ.jpg)