କେନ୍ଦୁଝର/ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ ତେନ୍ତେଳାପଶି ପଞ୍ଚାୟତ ଖୁଦପଶିି, ଅଲଣାପଦା, ହାତୀନୋଟା ଗ୍ରାମ ନିକଟରେ ୮ଟି ହାତୀ ରହିଥିବା ନେଇ ପ୍ରଚାର ହୋଇଥିଲା। ଗତରାତିରେ ହାତୀପଲ ଏହି ଗ୍ରାମଗୁଡିକର ଚାଷ ଜମିରେ ପଶି ମାଡିଦଳି ଫସଲ ନଷ୍ଟ କରିଥିଲେ। ତେବେ ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଣ ଫୁଟାଇ ହାତୀପଲକୁ ଘଉଡାଇ ଦେଇଥିିଲେ। ହରିଚନ୍ଦନପୁର- ବ୍ରାହ୍ମଣୀପାଳ ରାସ୍ତାରେ ଆଜି ସନ୍ଧ୍ୟା ସାଢ଼େ ୫ଟା ବେଳେ ହାତୀପଲ ରାସ୍ତା ଅତିକ୍ରମ କରୁଥିବା ଦେଖାଯାଇଥିଲା। ଫଳରେ ଉକ୍ତ ରାସ୍ତାରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା। ନିକଟ ଜଙ୍ଗଲରେ ହାତୀପଲ ରହିଥିିବାରୁ ଆଜି ରାତିରେ ଆଖପାଖ ଗ୍ରାମ ଭିତରେ ପଶି ଉପଦ୍ରବ କରିବାର ସମ୍ଭାବନା ଥିବାରୁ ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି।
ରାସ୍ତାରେ ହାତୀପଲ; ଲୋକେ ଆତଙ୍କିତ
/sambad/media/post_attachments/wp-content/uploads/2017/09/elephant.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)