ରାସ୍ତା ଉପରେ ହାତୀ, ଯା’ଆସ ଠପ୍‌

ଛତିଆ : ବୈରୀ ଥାନା ଅନ୍ତର୍ଗତ ଛତିଆ କଳକଳା ପୂର୍ତ୍ତ ବିଭାଗ ରାସ୍ତାର ବୈରୀ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ତାରିଣୀ ମନ୍ଦିର ପାଖରେ ଗତକାଲି ଏକ ବଣୁଆ ଦନ୍ତା ହାତୀ ଠିଆ ହୋଇ ରହିବା ଫଳରେ ପ୍ରାୟ ଦେଢ ଘଣ୍ଟା ରାସ୍ତା ବନ୍ଦ ହୋଇ ଯାଇଥିଲା। ଉଭୟ ପଟରେ ବହୁ ଗାଡି ମଟର ଠିଆ ହୋଇ ରହିଥିବା ବେଳେ ହାତୀଟି ରାସ୍ତାରୁ ଉଠିନଥିଲା। ଖବର ପାଇ ବୈରୀ ସ୍ଥିତ ଜଙ୍ଗଲ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳକୁ ଆସି ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ବାଣ ଫୁଟାଇବାରୁ ହାତୀଟି ରାସ୍ତାରୁ ହଟିଯାଇ ବୈରୀ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା। ପରେ ଗାଡି ଚଳାଚଳ ସ୍ୱାଭାବିକ୍‌ ହୋଇଥିଲା ।

ସମ୍ବନ୍ଧିତ ଖବର