ଉତ୍ତର ଘୁମୁସର ବନଖଣ୍ଡକୁ ଫେରିଲା ବାଟବଣା ଦନ୍ତା, ହାତୀ ଉପଦ୍ରବରୁ ଆଶ୍ୱସ୍ତି ପାଇଲେ ଅଞ୍ଚଳବାସୀ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରୁ ଆସି ଦୀର୍ଘ ଦିନ ଧରି ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଏବଂ ମାଲିକାପୋଡ଼ି ପଞ୍ଚାୟତରେ ୨୫ଗୋଟି ହାତୀପଲଙ୍କ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ ହେବା ସହିତ ବହୁ ଘର ଭାଙ୍ଗିଥିଲା। ଏହା ସହିତ ହାତୀ ଆକ୍ରମଣ ରେଟୁଡି ଗ୍ରାମର ଜଣେ ଯୁବକ ମଧ୍ୟ ଆହତ ହୋଇଥିଲେ। ଭୟରେ ଲୋକେ ସନ୍ଧ୍ୟା ହେଲେ ଘରୁ ବାହାରୁ ନଥିବା ବେଳେ ଜଙ୍ଗଲକୁ ଯିବାକୁ ଭୟ କରୁଥିଲେ। ଫଳରେ ପ୍ରଭାବିତ ହୋଇଥିଲା ଜୀବନ ଜୀବିକା। ଦୀର୍ଘ ୪୪ ଦିନ ହେଲା  ୨୫ ଟିକିଆ ହାତୀପଲ  ଉପଦ୍ରବ କରୁଥିବା ବେଳେ ଏବେ ସେ ଭୟ ଦୂର ହୋଇଛି। ୨୫ଟିକିଆ ହାତୀପଲରୁ ୨୪ଟି ହାତୀ  ୫ ଦିନ ପୂର୍ବରୁ ପଳେଇଯାଇଥିବା ବେଳେ ଗୋଟିଏ ଦନ୍ତା ବାଟବଣା ହୋଇ ରହିଯାଇ ଥିଲା।

ଏହି ବାଟବଣା ହାତୀ ଘୁ.ଉଦୟଗିରି ବନାଞ୍ଚଳ ଛାଡି ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ବନାଞ୍ଚଳ ଅନ୍ତର୍ଗତ ରମ୍ଭା ସେକ୍ସନର ଦରପଙ୍ଗିଆ ସଂରକ୍ଷିତ ଜଗଂଲକୁ ପଳେଇଥିବା ବନବିଭାଗ କହିଛି। ଶନିବାର ଭୋରରେ ଘୁ.ଉଦୟଗିରି ବନାଞ୍ଚଳ ର ସମସ୍ତ ବନପାଳ, ବନରକ୍ଷୀ ପାରା ଗାର୍ଡ ଓ ସାତ ଗ୍ରାମର ଗ୍ରାମବାସୀଙ୍କ ସହଯୋଗରେ  ପୁର୍ବାରୁ ରହୁଥିବା ଦରପଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଥିବା ଜଣାପଡିଛି। ୨୫ ଟିକିଆ ହାତୀପଲରୁ ଗୋଟିଏ ଦନ୍ତା ବାଟବଣା ହୋଇ ରହିଯାଇଥିବାରୁ ନିଜ ଦଳକୁ ନପାଇ ଉପଦ୍ରବ କରିବା ସହ କିଛି ଘରକୁ ଭାଙ୍ଗି ଦେଇଥିବା ବେଳେ ଗ୍ରାମବାସୀ ଭୟ ଓ ଆତଙ୍କିତରେ ଥିଲେ।

ବର୍ତ୍ତମାନ ଦନ୍ତା ଫେରିଯିବା ଫଳରେ ଅଞ୍ଚଳବାସୀ ଆଶ୍ୱସ୍ତି ଅନୁଭବ କରୁଛନ୍ତି। ବିଗତ ବର୍ଷ ମଧ୍ୟ ୧୮ ଟିକିଆ ହାତୀପଲ୍ଲ ୧୮ ଦିନ ଧରି ଉପଦ୍ରବ କରିଥିଲେ।ଚଳିତ ବର୍ଷ ଦୀର୍ଘଦିନ ଧରି ଉପଦ୍ରବ ଚଳେଇ ସମସ୍ତଙ୍କ ନିଦ ହଜେଇ ଦେଇଥିଲେ।ବ୍ୟାପକ କ୍ଷୟକ୍ଷତି ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର