ଶିମିଳିପାଳରୁ ସାତକୋଶିଆ ଯିବେ ହାତୀ ମହେନ୍ଦ୍ର ଓ ରାଜକୁମାର : ମଧ୍ୟପ୍ରଦେଶରୁ ଆସିଥିବା ମହାବଳ ଉପରେ ରଖିବେ ନଜର

ଯଶିପୁର : ବିଶ୍ୱବିଖ୍ୟାତ ଜୈବ ମଣ୍ଡଳ ତଥା ବ୍ୟାଘ୍ର ପ୍ରକଳ୍ପ ଶିମିଳିପାଳର ଇତିହାସରେ ପୁଣି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଦୀର୍ଘ ବର୍ଷ ତଳେ ୨୦୦୧ ମସିହାରେ ସୁଦୂର କର୍ଣ୍ଣାଟକରୁ ବନବିଭାଗ ଦ୍ୱାରା ଅଣାଯାଇ ଶିମିଳିପାଳର ଅତିଥି ହୋଇ ପରେ ପାଳିତ ପରିବାର ସଦସ୍ୟ ବନି ଯାଇଥିବା ୫୬ ବର୍ଷୀୟ ମହେନ୍ଦ୍ର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ଯିବା ପାଇଁ ପ୍ରସ୍ତୁତ ହେଉଛି। ସାଙ୍ଗରେ ତା’ର ୧୬ ବର୍ଷିଆ ଯବାନ ପୁଅ ରାଜକୁମାର ମଧ୍ୟ ଯାଉଛି। ଆଜି ବିଳମ୍ବିତ ରାତି ନଚେତ୍‌ କାଲି ସକାଳୁ ଦୁଇ ହାତୀକୁ ଅନୁଗୁଳ ଆଭିମୁଖ୍ୟେ ନିଆଯିବାର ପ୍ରସ୍ତୁତି ଚାଲିଛି। ସେମାନେ କେଉଁ ସାଧାରଣ କାମ ପାଇଁ ନୁହେଁ, ଏକ ବିଶେଷ ଅଭିଯାନରେ ମହାବଳ ବାଘ ସମ୍ମୁଖକୁ ଯାଉଥିବା ଜଣାପଡ଼ିଛି। ଦୁଇ ଦିନ ତଳେ ମଧ୍ୟପ୍ରଦେଶର କାଜା ବ୍ୟାଘ୍ର ପ୍ରକଳ୍ପରୁ ଅନୁଗୁଳର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ଅଣାଯାଇଥିବା ୩ ବର୍ଷିୟ ଅଣ୍ଡିରା ମହାବଳ ବାଘ ପାଖେ ପାଖେ ରହି ଏମାନେ ତା’ର ଚାଲିଚଳଣ ଓ ଗତିବିଧିକୁ ନିରୀକ୍ଷଣ କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର