ଘର ଭାଙ୍ଗି ଧାନଚାଉଳ ଖାଇଗଲେ ହାତୀ

ଚମ୍ପୁଆ: ଗତ ୩ ଦିନ ତଳେ ଏକ ୨୨ ଦଳିଆ ହାତୀ ପଲ ଚମ୍ପୁଆ ବ୍ଲକର ବର୍ଦ୍ଧନା ପାରୁଡ଼ି ପଶିପଡୁଆ ବାଙ୍ଗୁରିପଶି  ମଙ୍ଗଳପୁର ମଉଦି ଏବଂ କାସିପାଳ ଗ୍ରାମରେ ଧାନ ଫସଲ ନଷ୍ଟ କରି ଝୁମ୍ପୁରା ଅଞ୍ଚଳକୁ ଚାଲି ଯାଇଥିଲେ। ଏବେ ଦୁଇଟି ଦନ୍ତା  ଚମ୍ପୁଆ ବ୍ଲକରେ ପଶି ଉତ୍ପାତ ଆରମ୍ଭ କରିଛନ୍ତି। ଦନ୍ତା ଦୁଇଟି ମୟୂରଭଞ୍ଜ ଜିଲ୍ଲାରୁ ବୈତରଣୀ ନଦୀ ପାର ହୋଇ କେନ୍ଦୁଝର ଜିଲ୍ଲାରେ ପ୍ରବେଶ କରିଥିବା ବେଳେ ବର୍ତ୍ତମାନ ମୌଦି ଓ ଘୁଣ୍ଟ ଗୋଡ଼ିଆ ଗାଁ ମଝିରେ ଥିବା ଜଙ୍ଗଲରେ  ଅଛନ୍ତି ।

ଗତକାଲି ରାତିରେ ମୌଦି ଗ୍ରାମର ଚତିରି ସାହିରେ ପଶି ସାହିର ଲୋମ୍ବ ଦର କାରୁଆଙ୍କର ଘର ଭାଙ୍ଗି ଦେଇଛନ୍ତି। ଫଳରେ ଆଖପାଖ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ଚମ୍ପୁଆ ବନ ବିଭାଗ କର୍ମଚାରୀ ହାତୀ ଦୁଇଟିର ପିଛା କରିଥିଲେ ହେଁ ହାତୀ ଦୁଇଟିକୁ ଘଉଡାଇବା ପାଇଁ ସକ୍ଷମ ହୋଇ ପାରୁ ନ ଥିବ ଜଣାପଡ଼ିଛି। ଫଳରେ ହାତୀ ଦୁଇଟି ମନଇଚ୍ଛା ଆଜି ଏ ଗାଁ ତ କାଲି ସେ ଗାଆଁରେ ପଶି ଉତ୍ପାତ କରୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର