ବଇଣ୍ଡା: ହଣ୍ଡପା ବନାଞ୍ଚଳ ପ୍ରତାପପୁର ଗାଁ ନିକଟ ଜଙ୍ଗଲରେ କିଛିଦିନହେଲା ହାତୀ ରହି ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି। ଆଜି ସକାଳେ ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀ ନିଆଁଜାଳି, ବାଣ ଫୁଟାଇ ହାତୀ ଘଉଡ଼ୁଥିଲେ।
ଏହି ସମୟରେ ପ୍ରତାପପୁରର ଜଣେ ଚାଷୀ ନିଜର ଜମି ହାତୀ ଉପଦ୍ରବରୁ ରକ୍ଷା କରିବା ପାଇଁ ଉଦ୍ୟମ କରିଥିଲେ। ସେ ଏକ ଦନ୍ତାହାତୀର ନିକଟତର ହୋଇଯାଇଥିବାବେଳେ ହାତୀ ତାଙ୍କୁ ଗୋଡ଼ାଇଥିଲା। ସେ ପ୍ରାଣବିକଳରେ ଦୌଡ଼ି ଆସିବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/2-10.jpg)