ହାତୀ ଆକ୍ରମଣରେ ମହିଳା ମୃତ

ଯୋଡ଼ା/ଗୁଆଲି: କେନ୍ଦୁଝର ଜିଲ୍ଲା ବଡବିଲ ରେଞ୍ଜ ଗୁଆଲି ପଞ୍ଚାୟତ କେନ୍ଦୁଡିହି ଗ୍ରାମରେ ଆଜି ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସେହି ଗ୍ରାମର ଦୁଲାରୀ ଡାଙ୍ଗ (୫୫)। ପ୍ରାପ୍ତ ସୂଚନା ଅନୁସାରେ, ଦୁଲାରୀ ଆଜି ସକାଳ ପ୍ରାୟ ୮ଟାବେଳେ ଛତୁ ଗୋଟାଇବାକୁ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ।

ଏହି ସମୟରେ ସେ ଏକ ଦନ୍ତାହାତୀ ହାବୁଡ଼ରେ ପଡିଯାଇଥିଲେ। ଦନ୍ତାଟି ତାଙ୍କୁ ଶୁଣ୍ଢରେ ଉଠାଇ ତଳେ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ଦୁଲାରୀଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ରୁଗୁଡ଼ି ଥାନା ପୁଲିସ ଓ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର