ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜରେ ବଣୁଆ ହାତୀଙ୍କ ଉପଦ୍ରବ ଥମିବାର ନାଁ ଧରୁନି। ପୁଣି ଗତକାଲି ୫ ଟିକିଆ ହାତୀପଲ ବିମଳା ଫରେଷ୍ଟ ସେକ୍ସନ ଭୀମକାଣ୍ଡ ପଞ୍ଚାୟତ ଅନ୍ତର୍ଗତ ଗୋଳାଗାଡ଼ିଆ ଗ୍ରାମରେ ହାତୀ କେତେକ ଘର ଓ ଆମ୍ବ ଗଛ ଭାଙ୍ଗି ଦେଇଛନ୍ତି।
ରାତି ପ୍ରାୟ ୯ଟା ବେଳେ ଖାଦ୍ୟ ଅନ୍ୱେଷଣରେ ୫ ଟିକିଆ ହାତୀପଲ ଈଶ୍ୱର ନାୟକଙ୍କ ଘର ଭାଙ୍ଗି ଧାନ ଖାଇବାକୁ ଉଦ୍ୟମ କରିଥିଲେ। ତେବେ ପରିବାର ଲୋକେ ଓ ଗ୍ରାମବାସୀ ମିଶି ସହ ହାତୀକୁ ଘଉଡ଼ାଇବାରେ ସଫଳ ହୋଇଥିଲେ। ପରେ ହାତୀ ପଲ ଆଇଟିଡ଼ିଏର ଓଟିଇଏଲପି ପ୍ଲସ୍ ପକ୍ଷରୁ କରାଯାଇଥିବା ଆମ୍ବ ବଗିଚାରେ ପଶି ୧୦ଟି ଆମ୍ବ ଗଛ ଭାଙ୍ଗି ଦେଇଛନ୍ତି। ବେଶ୍ କିଛି ଦିନ ହେଲା ତେଲକୋଇ ଅଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ ଲାଗି ରହିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/25-10.jpg)