ଆନନ୍ଦପୁର: ଘସିପୁରା ବ୍ଲକ୍‌ ଭଣ୍ଡାରିଡିହା ପଞ୍ଚାୟତ ବସନ୍ତପୁରା ଅଞ୍ଚଳରେ ଉତ୍ପାତ ଚଳାଇଛି ଗୋଠଛଡ଼ା ଦନ୍ତାହାତୀ। ଗତକାଲି ରାତିରେ ଦନ୍ତାଟି ଦୁଇଜଣଙ୍କ ଘର ଭାଙ୍ଗି ଦେଇଛି। ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ହାତୀଟି ଶନିବାର ବିଳମ୍ବିତ ରାତିରେ ଗ୍ରାମରେ ପଶି ଉତ୍ପାତ କରିଥିଲା। ଗ୍ରାମର ଶ୍ୟାମସୁନ୍ଦର ହେମ୍ବ୍ରମଙ୍କ ଘର କାନ୍ଥ ଭାଙ୍ଗି ଚାଉଳ ଖାଇ ଦେଇଥିଲା। ଏହି ସମୟରେ ଘରେ ‌ଶୋଇଥିବା ପରିବାରର ୪ଜଣ ସଦସ୍ୟ କୌଶଳ କରି ଘରୁ ପଳାଇବାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

Advertisment

ସେହିପରି ହାତୀଟି ଗ୍ରାମର ନବ ମାରାଣ୍ଡିଙ୍କ ଘରର ଆଜବେଷ୍ଟସ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଦେଓଗାଁ ରେଞ୍ଜ ବନ କର୍ମଚାରମାନେ ଗ୍ରାମରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିବା ସହ ହାତୀ ସମ୍ପର୍କରେ ଲୋକଙ୍କୁ ସଚେତନ କରିଛନ୍ତି। ବର୍ତ୍ତମାନ ହାତୀଟି ନିକଟସ୍ଥ ଜଙ୍ଗଲରେ ରହିଛି। ରେଂଜର ସୁରେନ୍ଦ୍ର କୁମାର ହେମ୍ବ୍ରମଙ୍କ ନିର୍ଦେଶକ୍ରମେ ସଂଧ୍ୟାରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି।