ଘର ଭାଙ୍ଗିଲେ ହାତୀପଲ

ରାଇସୁଆଁ : ତେଲକୋଇ ବନାଞ୍ଚଳ କାଳିଆହତା ଫରେଷ୍ଟ ସେକ୍ସନରେ ହାତୀ ଉପଦ୍ରବ ଲାଗି ରହିଛି। ଦୁଇଦିନ ହେବ ୧୦ ଟିକିଆ ହାତୀପଲ ବିଭିନ୍ନ ଗ୍ରାମରେ ପଶି ଲୋକଙ୍କ ଘରଦ୍ବାର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ଲକ୍ଷ୍ମୀନାରାୟଣପୁର ଗ୍ରାମର ବୀରସିଂ ମୁଣ୍ଡାଙ୍କ ଦୁଇବଖରା, ବାଘବସା ଗ୍ରାମର ରିନା ନାଏକଙ୍କ ଦୁଇବଖରା ଏବଂ ଖଣ୍ଡବନ୍ଧ ଗ୍ରାମର ତ୍ରିନାଥ ଦେହୁରୀଙ୍କ ଝାଟିମାଟି ଘରକୁ ବିଳମ୍ବିତ ରାତିରେ ହାତୀପଲ ଭାଙ୍ଗି ଦେଇଛନ୍ତି। ଘରର କାନ୍ଥ ଭାଙ୍ଗି ହାତୀପଲ ଧାନଚାଉଳ ଖାଇ ଦେଇଛନ୍ତି।

ଖବର ପାଇ କାଳିଆହତା ବନପାଳ ଯଦୁମଣି ରଣା ଓ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଘଉଡ଼ାଇଛନ୍ତି। କ୍ଷୟକ୍ଷତି ଆକଳନ କରାଯାଇଛି। ତୁରନ୍ତ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ବନପାଳ ଶ୍ରୀ ରଣା କହିଛନ୍ତି।

ସମ୍ବନ୍ଧିତ ଖବର