ଧମା: ମାନେଶ୍ବର ବ୍ଲକ ଡକରା ଗ୍ରାମପଞ୍ଚାୟତର ଇଚ୍ଛାପାଲ, ବୀରଘାଟ ଆଦି ଅଞ୍ଚଳରେ କିଛି ଦିନ ହେବ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳୁଛି। ହାତୀ ଭୟରେ ଲୋକେ ଏବେ ଘରୁ ବାହାରିବାକୁ ବି ଭୟ କରୁଛନ୍ତି। ହାତୀପଲ ଇଚ୍ଛା ହେଲେ ଚାଷ ଜମିଠୁ ଆରମ୍ଭ କରି ଗାଁ ଘର ପର୍ଯ୍ୟନ୍ତ ମାଡ଼ି ଆସୁଛନ୍ତି।
କେତେବେଳେ ବିଲରେ ପଶି ଜମି ନଷ୍ଟ କରିଦେଲେଣି ତ କେତେ ବେଳେ ଲୋକଙ୍କ ଘର ଭାଙ୍ଗିଲେଣି। ବୁଧବାର ରାତି ଇଚ୍ଛାପାଲ ଗାଁରେ ଶାନ୍ତନୁ ଭୋଇ ଏବଂ ଚହଟୁ ଭୋଇଙ୍କ ଘର ହାତୀପଲ ଭାଙ୍ଗି ଦେଇଛନ୍ତି। ବନ ବିଭାଗ ହାତୀ ଘଉଡ଼ାଇବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/12-12.jpg)