ହାତୀ ଉପଦ୍ରବ, ବେଘର ହେଲେ ୭ ପରିବାର

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ୍‌ ଯୁଗସାଇପାଟଣା ପଞ୍ଚାୟତ ମସିଗୁଡା ଓ କୁରେଲଗୁଚା ଗାଁରେ ହାତୀ ଉପଦ୍ରବ ଯୋଗୁଁ ୭ ପରିବାର ବେଘର ହୋଇଛନ୍ତି। ଏହି ଦୁଇ ଗାଁରେ ହାତୀ ଆକ୍ରମଣ କରି ଘର ଭାଙ୍ଗି ଦେଇଛି। ଏଥିଯୋଗୁଁ ୭ ପରିବାରର ୩୬ ଜଣ ସଦସ୍ୟ ଘର ହରାଇ ଖୋଲା ଆକାଶ ତଳେ ପ୍ରଚଣ୍ଡ ତାତିରେ ପଡ଼ି ରହିଛନ୍ତି।

ଦିନ ତମାମ ଗଛ ମୂଳେ ଆଶ୍ରୟ ନେଇଥିଲେ। ଗ୍ରାମବାସୀ ଏନେଇ ବନବିଭାଗକୁ ମଧ୍ୟ ଅବଗତ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ସେମାନଙ୍କୁ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର