ଛତିଆ: ବୈରୀ ଡାଳିଯୋଡ଼ା ରେଞ୍ଜ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ହାତୀ ଗଣନା କରାଯାଇଛି। ଏହି ରେଞ୍ଜର ବୈରୀ ସେକ୍ସନରେ ୨ଟି, ସଫା ସେକ୍ସନରେ ୭ଟି ଓ ମଙ୍ଗରାଜପୁର ସେକ୍ସନରେ ଗୋଟିଏ ହାତୀ ଠାବ ହୋଇଛି। ଏହା ମଧ୍ୟରୁ ୨ଟି ମାଈ ହାତୀ ଓ ଗୋଟିଏ ଛୁଆ ହାତୀ ରହିଥିବା ରେଞ୍ଜ ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ହାତୀ ସଂଖ୍ୟା ବୃଦ୍ଧି ହୋଇନାହିଁ। ଗତ ୪ବର୍ଷ ଧରି ଏହି ରେଞ୍ଜରେ ୧୦ଟି ହାତୀ ଚିହ୍ନଟ ହୋଇଆସୁଅଛି। ଗଣନା କାର୍ଯ୍ୟରେ ରେଞ୍ଜର ଅଭିରାମ ଜେନା, ଫରେଷ୍ଟର ଶଶିକାନ୍ତ ବେହେରା, ମାଣିକ ମୁଣ୍ତା, ବନ କର୍ମଚାରୀ ସଂଜୀବ ବାଲପାଇ, କୃଷ୍ଣଚନ୍ଦ୍ର ଟୁଡ଼ୁ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/20-15.jpg)