ଫସଲ ନଷ୍ଟ କଲେ ହାତୀ

ଢେଙ୍କିକୋଟ : ଘଟଗାଁ ବନାଞ୍ଚଳ ମଣିଷମୁଣ୍ଡ, ମନୋହରପୁର, ଅସନବଣି, ଅସନବାହାଳି, କାଳିମାଟି ଓ ଦେହୁରୀପଡ଼ା ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ୧୧ ଟିକିଆ ହାତୀପଲ ବିଲରେ ପଶି ଧାନ ଖାଇବା ସହ ମାଡ଼ିଦଳି ଫସଲ ନଷ୍ଟ କରୁଛନ୍ତି। ସୋମବାରଠାରୁ ଘଟଗାଁ ବନାଞ୍ଚଳରେ ଏହି ହାତୀପଲ ଘୂରି ବୁଲୁଛନ୍ତି।

ଢେଙ୍କିକୋଟ ବନପାଳ ଶିବନାରାୟଣ ଦେବ ଓ ବନରକ୍ଷୀ ଯୋଗେଶ୍ୱର ମାଝୀ ଏବଂ ପାରା କର୍ମଚାରୀମାନେ ହାତୀପଲଙ୍କ ଉପରେ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର