କଟକ: ନରସିଂହପୁର ପୂର୍ବ ବନ ବିଭାଗ ଅଧିନ ଓଲବ ସଂରକ୍ଷିତ ଜଙ୍ଗଲ ରେ ଗତ ୨୦୧୮ ମସିହା ରେ ଏକ ଦନ୍ତା ହାତୀ ମୃତ୍ୟୁ ଘଟଣା ରେ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ। ତେବେ ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ଖଇରୀପଙ୍ଗା ଗାଁର ମାଟିଆ ସ୍ୱାଇଁ(ବୟସ ୪୫) ।

Advertisment

୨୦୧୮ ମସିହା ରେ ଓଲବ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ମହୁଲମଡା ଜଙ୍ଗଲ ରେ ଏକ ଦନ୍ତା ହାତୀ କୁ ମାରିଥିବା ଘଟଣା ରେ ତାଙ୍କୁ ଗିରଫ କରିଛି ବନ ବିଭାଗ। ତେବେ ଗିରଫ କରି ଅଭିଯୁକ୍ତ କୁ ନରସିଂହପୁର ବିଚାରବିଭାଗୀୟ ହାଜତ କୁ ପଠାଇ ଦିଆ ଯାଇଛି।