ଆମ୍ବ ବଗିଚା ନଷ୍ଟ କଲା ଦନ୍ତା

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ପିଟାପିଟି ପଞ୍ଚାୟତ କୁଆଝରଣ ଗ୍ରାମରେ ରହିଛି ବାବା ବଳିଆଙ୍କ ଶାନ୍ତି ଆଶ୍ରମ। ଏହି ଆଶ୍ରମରେ ଏକ ଆମ୍ବ ବଗିଚା ରହିଛି। ଗତକାଲି ରାତିରେ ଏକ ଦନ୍ତାହାତୀ ଆଶ୍ରମର ବଗିଚାରେ ପଶି ୪/୫ ଟି ଆମ୍ବଗଛ ଭାଙ୍ଗି ଦେଇଛି। ବାରମ୍ବାର ଦନ୍ତାହାତୀର ଉତ୍ପାତ ଯୋଗୁଁ ଆଶ୍ରମରେ ପରିବା ଚାଷ କରିହେଉ ନାହିଁ ବୋଲି ଶାନ୍ତି ଆଶ୍ରମର ସଂପାଦିକା ଶର୍ମିଷ୍ଠା ମହାନ୍ତି ଜଣାଇଛନ୍ତି।

କୁଆଝରଣ ଗ୍ରାମ ନିକଟ ବାରବାଙ୍କ ସଂରକ୍ଷିତ ଜଙ୍ଗଲ କଡ଼ରେ ଯେପର୍ଯ୍ୟନ୍ତ ଟ୍ରେଞ୍ଚ ଖୋଳାଯାଇ ନାହିଁ ସେ ପର୍ଯ୍ୟନ୍ତ  କୁଆଝରଣ ଗ୍ରାମରେ ହାତୀ ଉପଦ୍ରବ ଜାରି ରହିବ ବୋଲି ଆଲୋଚନା ହେଉଛି। ତୁରନ୍ତ ଟ୍ରେଞ୍ଚ ଖୋଳିବା ପାଇଁ ବନ ବିଭାଗ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର