କାଂଶ: ଆଜି ମିତ୍ରପୁର ବଜାରରେ ବୁଲିଲା ଝାଡ଼ଖଣ୍ଡୀ ହାତୀ। ମିତ୍ରପୁର ଆଖପାଖରେ ଜଙ୍ଗଲ ରହିଥିଲେ ମଧ୍ୟ ପୂର୍ବରୁ ବଜାର ଦେଇ କେବେ ହାତୀ ଯାଇନଥିଲା। ଗତ ୨୧ତାରିଖ ରାତିରେ ଆସିଥିବା ଝାଡ଼ଖଣ୍ଡୀ ହାତୀଟି ଅଯୋଧ୍ୟା ଅଞ୍ଚଳ ଗୋପାଳପୁର ଜଙ୍ଗଲରେ ରହିଥିଲାl
ବନ ବିଭାଗ ଗତ ୨୫ ତାରିଖ ରାତିରେ ହାତୀଟିକୁ ଘଉଡ଼ାଇଥିଲେ। କିନ୍ତୁ ମୟୂରଭଞ୍ଜ ବନ ବିଭାଗ ପକ୍ଷରୁ ହାତୀଟିକୁ ଘଉଡ଼ାଇବା ପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା। ଫଳରେ ହାତୀଟି ପୁଣି ୨୬ ତାରିଖରେ ସେଠାରୁ ହାତୀଆଗଣ୍ଡ ଦେଇ ରେମୁଣା ବଜାରରେ ଆଜି ଭୋର ସମୟରେ ପହଞ୍ଚିଥିଲା। ପରେ ପିଚୁରାସ୍ତାରେ ଆସି ମିତ୍ରପୁର ବଜାର ମଧ୍ୟ ଦେଇ ସିଧା ଗୋପାଳପୁର ଜଙ୍ଗଲରେ ପଶିଥିଲା। ତେବେ ଆଶ୍ଚର୍ଯ୍ୟର କଥା ହାତୀଟି କିନ୍ତୁ କାହାରି କିଛି କ୍ଷତି କରି ନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/42-12.jpg)