ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି। ଆଜି ସକାଳୁ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କାଣ୍ଡପଶି ଗାଁକୁ ଦୁଇଟି ଦନ୍ତାହାତୀ ପଶି ଆସିଥିଲେ। ଲୋକେ ପାଟିତୁଣ୍ଡ କରିବାରୁ ହାତୀ ଦୁଇଟି ନିକଟସ୍ଥ କାଜୁ ଜଙ୍ଗଲକୁ ଚାଲି ଯାଇଛନ୍ତି।
ସକାଳ ୬ଟା ବେଳେ ନିତ୍ୟକର୍ମ ପାଇଁ ବାହାରକୁ ଯାଉଥିବା ଦୁଇଟି ଦନ୍ତାହାତୀକୁ ଗାଁରେ ଦେଖିଥିଲେ। ଗତକାଲି ରାତିରେ ଏହି ହାତୀ ଦ୍ବୟ ଚାଷଜମିରେ ପଶି ଧାନ ଫସଲ ନଷ୍ଟ କରିଥିଲେ। ଗ୍ରାମବାସୀ ଏକାଠି ହୋଇ ହୋହଲ୍ଲା କରିବାରୁ ହାତୀ ଦୁଇଟି କାଜୁ ଜଙ୍ଗଲ ଆଡ଼କୁ ପଳାଇ ଯାଇଛନ୍ତି। ସୂଚନାଯୋଗ୍ୟ ତେଲକୋଇ ରେଞ୍ଜରେ ବର୍ତ୍ତମାନ ୧୭ଟି ହାତୀ ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/16-11.jpg)