ଯୁବକଙ୍କୁ କଚାଡି ମାରିଲା ହାତୀ

ରାଉରକେଲା: ବଣାଇ ବନଖଣ୍ଡର ବରସୁଆଁ ରେଞ୍ଜର ଅନ୍ତର୍ଗତ ଟେନସା ଫାଣ୍ଡି ଅଧିନସ୍ଥ ଫୁଲଝର ଗ୍ରାମରେ ଆଜି ସନ୍ଧ୍ୟାରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଘଟଣାରୁ ପ୍ରକାଶ ଯେ ଫୁଲଝର ଗ୍ରାମରେ ଜଙ୍ଗଲି ହାତୀଙ୍କ ଉପଦ୍ରବ ଜାରି ରହିଥିବାବେଳେ ସେହି ଗ୍ରାମର ଅଜୟ ଦେହୁରୀ (୨୫) ହାତୀ ହାବୁଡ଼ରେ ପଡି ଯାଇଥିଲେ।

ତାଙ୍କୁ ଏକ ହାତୀ ଶୁଣ୍ଢରେ କଚାଡ଼ି ମାରି‌ଦେବା ସହ ସେହି ସ୍ଥାନରେ ହାତୀପଲ ଜଗି ବସିଛନ୍ତି। ବର୍ତ୍ତମାନ ରାତି ହୋଇ ଯାଇଥିବାବେଳେ ବରସୁଆଁ ବନ ବିଭାଗ ଓ ହାତୀ ସ୍କ୍ବାଡ୍‌ ତଥା ଟେନସା ପୁଲିସ ଘଟଣାସ୍ଥଳକୁ ଯିବା ସମ୍ଭବ ହୋଇ ପାରୁନାହିଁ। ତେବେ ଆସନ୍ତା କାଲି ସକାଳେ ଶବ ଉଦ୍ଧାର କରାଯିବ ବୋଲି ବରସୁଆଁ ବନାଅଞ୍ଚଳ ଅଧିକାରୀ ନବୀନ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର