ଜଙ୍ଗଲ ଛାଡ଼ି ରାଜରାସ୍ତାରେ ବୁଲିଲା ଦନ୍ତା

ବୈଶିଙ୍ଗା: ମଙ୍ଗଳବାର ଭୋର୍‌ ସମୟରେ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା-ରୁପ୍‌ସା ରାଜପଥରେ ଏକ ଦନ୍ତାହାତୀ ବୁଲୁଥିବା ଦେଖି ଲୋକେ ଛାନିଆ ହୋଇ ପଡ଼ିଥିଲେ। ଏହି ଦନ୍ତାଟି ଦୁଇଦିନ ତଳେ ନିଜ ଦଳ ସହ ମେରଦା ସଂରକ୍ଷିତ ଜଙ୍ଗଲକୁ ଆସିଥିଲା। ତେବେ ଆଜି ଗୋଠ ଛାଡ଼ି ଜନବସତି ମୁହାଁ ହୋଇଥିଲା। ପ୍ରଥମେ ନଚ୍ଛପୁରିଆ ଗ୍ରାମରେ ପଶିଥିଲା ଓ ସେଠାରୁ ବାହାରି ବୈଶିଙ୍ଗା-ରୁପ୍‌ସା ରାସ୍ତାରେ ଚାଲି ଚାଲି ମଛପଦା ଗାଁକୁ ଯାଇଥିଲା।

ହାତୀଟି ବେଶ୍‌ ଶାନ୍ତ ଥିଲା ଓ କିଛି ଗ୍ରାମବାସୀ ତାକୁ ଧାନ ଖାଇବାକୁ ଦେଉଥିବାର ଦେଖିବାକୁ ମିଳିଥିଲା। ତେବେ ହାତୀ ସହ ଫୋଟୋ ଉଠାଇବାକୁ ଲୋକେ ଭିଡ଼ କରୁଥିବା ଖବର ପାଇ ବୈଶିଙ୍ଗା ବନପାଳ ଦୁଲାଲ ଚନ୍ଦ୍ର ଦିଗାର ସଦଳବଳ ପହଞ୍ଚିଥିଲେ ଓ ହାତୀଟିକୁ ବେଲଡିହା ଜଙ୍ଗଲକୁ ଘଉଡ଼ାଇ ଦେଇଥିଲେ।

ସମ୍ବନ୍ଧିତ ଖବର