କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଚିନାମାଳିପଶିସ୍ଥିତ ଅଟେଇ ସଂରକ୍ଷିତ ଜଙ୍ଗଲରେ ବୁଲୁଛି ଏକ ଆହତ ଦନ୍ତାହାତୀ। ଦନ୍ତାର ଆଗପଟ ଡାହାଣ ଗୋଡ଼ରେ ଶକ୍ତ ଆଘାତ ଲାଗିଛି। ପ୍ରାପ୍ତ ସୂଚନା ଅନୁସାରେ ସାହାରପଡ଼ା ବ୍ଲକ୍ ଶିଲିପଦା ଅଞ୍ଚଳରେ ଏକ ୨୪ଟିକିଆ ହାତୀପଲ ବୁଲୁଥିଲେ। ଏହି ହାତୀପଲ ଗତକାଲି ବୈତରଣୀ ନଦୀ ପାରି ହୋଇ ପାଟଣା ବ୍ଲକ୍ ଚିନାମାଳିପଶି ଚାଲି ଆସିଥିଲେ।
ବର୍ତ୍ତମାଲ ହାତୀପଲ ଅଟେଇ ସଂରକ୍ଷିତ ଜଙ୍ଗଲରେ ବୁଲୁଛନ୍ତି। ଏଥିରେ ଥିବା ଏକ ଦନ୍ତାହାତୀ ଆହତ ହୋଇଛି। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀପଲଙ୍କ ପିଛା କରୁଛନ୍ତି। କେଉଁ କାରଣରୁ ହାତୀଟି ଆହତ ହୋଇଛି ତାହା ଜଣାପଡ଼ିନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/7-8.jpg)