କୋଭିଡ୍ ହସ୍ପିଟାଲରେ ଆଉ ୧୧ ମୃତ

ସମ୍ବଲପୁର : କୋଭିଡ୍ ହସ୍ପିଟାଲ୍‌ରେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନାହିଁ। ଶନିବାର ଭିମ୍‌ସାର କୋଭିଡ୍‌ ହସ୍ପିଟାଲ୍‌, ସମ୍ବଲପୁର କୋଭିଡ୍ ହସ୍ପିଟାଲ ଓ ଏକ ଘରୋଇ ନର୍ସିଂ ହୋମ୍‌ରେ ମୋଟ ୧୧ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ବୁର୍ଲା କୋଭିଡ୍ ହସ୍ପିଟାଲ୍‌ରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଶ୍ବିନୀ ପକ୍ଷରୁ ପରିଚାଳିତ କୋଭିଡ୍ ହସ୍ପିଟାଲ୍‌ରେ ୨ ଜଣ ଏବଂ ବୁର୍ଲାର ଏକ ଘରୋଇ ନର୍ସିଂ ହୋମ୍‌ରେ ଜଣେ ସଂକ୍ରମିତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ବୁର୍ଲା କୋଭିଡ୍ ହସ୍ପିଟାଲ୍‌ରେ ସମ୍ବଲପୁରର ସର୍ବାଧିକ ୩ ଜଣ ମୃତ୍ୟୁବରଣ କରିଥିବା ବେଳେ ବରଗଡ଼ ଓ ସୁବର୍ଣ୍ଣପୁରରୁ ୨ ଜଣ ଲେଖାଏଁ ଏବଂ ଝାରସୁଗୁଡ଼ାର ଜଣେ ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ମଧ୍ୟରେ ସମ୍ବଲପୁରର ଜଣେ ୬୫ ବର୍ଷୀୟା, ଜଣେ ୫୦ ବର୍ଷୀୟ ଓ ଜଣେ ୬୦ ବର୍ଷୀୟ ରହିଥିବା ବେଳେ ବରଗଡ଼ର ଜଣେ ୫୫ ବର୍ଷୀୟା ଓ ଜଣେ ୫୦ ବର୍ଷୀୟ, ସୁବର୍ଣ୍ଣପୁରର ଜଣେ ୪୪ ବର୍ଷୀୟ ଓ ଜଣେ ୪୫ ବର୍ଷୀୟ ଏବଂ ଝାରସୁଗୁଡ଼ାର ଜଣେ ୬୫ ବର୍ଷୀୟ ଅଛନ୍ତି। ଏହି ୮ ମୃତକଙ୍କୁ ମିଶାଇ ଭିମ୍‌ସାର୍‌ କୋଭିଡ୍ ହସ୍ପିଟାଲ୍‌ରେ ମୋଟ ମୃତ୍ୟୁ ସଂଖ୍ୟା ୭୩୫କୁ ବୃଦ୍ଧି ପାଇଛି। ଏଠାରେ ବର୍ତ୍ତମାନ ୨୦୦ରୁ ଅଧିକ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର