ଯୋଡ଼ା ଗୋଷ୍ଠୀସଂଘର୍ଷ ଘଟଣାରେ ୧୧ ଗିରଫ

ଯୋଡ଼ା: ଯୋଡ଼ା ସହରରେ ରାମନବମୀ ଝଣ୍ଡାଯାତ୍ରାକୁ ନେଇ ଘଟିଥିବା  ଗୋଷ୍ଠୀ ସଂଘର୍ଷ ଘଟଣାରେ ପୁଲିସ ଆଜି ଉଭୟ ଗୋଷ୍ଠୀରୁ ୧୧ଜଣଙ୍କୁ ଗିରଫ କରିଛି।  ଯୋଡ଼ା ଥାନାରେ ନଂ.୬୫/୨୨ରେ ଏକ ମାମଲା ରୁଜୁ କରାଯାଇ କଣ୍ଟ୍ରାକ୍ଟର କଲୋନିର ରାକେଶ ମହାନ୍ତି, କୁନ୍ଦୁରୁନାଲାର ମୁକେଶ ବାରିକ, ଅମନ କାରୁଆ, ନରେଶ ମହାକୁଡ଼, ଚନ୍ଦନ ଗୁପ୍ତା, ସହିଦନଗରର ବିଶ୍ୱଜିତ ଶର୍ମାଙ୍କୁ ଗିରଫ କରାଯାଇଛି।

କେସ ନଂ. ୬୬/୨୨ ଅନୁସାରେ ମୁସଲିମ ବସ୍ତିର ଏମ୍‌ଡି ୱକିଲ, ଏମ୍‌ଡି ଦିଲାସାଦ୍ ଆଲମ, ଏମ୍‌ଡି ବାବୁ, ଏମ୍‌ଡି ମୁଦାସାର ଅନସାରୀ ଓ ହୁଡ଼ିସାହିର ଏମ୍‌ଡି ଇକବାଲ୍‌ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ସହରରେ  ଆଇନଶୃଙ୍ଖଳା ଭଙ୍ଗ କରିଥିବା ଅଭଯୋଗରେ ଏହି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଯୋଡ଼ା ଥାନା ଆଇଆଇସି ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର