ବାରିପଦା : ଉଚ୍ଚଶିକ୍ଷା ବିଭାଗ ତରଫରୁ ସାମ୍ସ୍ ମାଧ୍ୟମରେ ସ୍ପଟ୍ ଆଡ୍‌ମିସନ ସରିବାକୁ ବସିଲାଣି। ମାତ୍ର ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାରଣ ପାଇଁ ବହୁ ଛାତ୍ରଛାତ୍ରୀ ଅନଲାଇନରେ ମହାବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇ ପାରିନାହାନ୍ତି । ସ୍ପଟ୍ ଆଡମିସନ ନିମନ୍ତେ ଯେଉଁ ନିର୍ଦ୍ଦେଶାବଳୀ ଥିଲା ତାହା ବୁଝିନପାରିବା ହେତୁ ମଧ୍ୟ ବହୁ ଛାତ୍ରଛାତ୍ରୀ ସ୍ପଟ୍ ଆଡମିସନରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି ମୟୁରଭଞ୍ଜ କଲେଜ ଅଫ୍ ଆକାଉନ୍‌ଟେନ୍‌ସି ଏଣ୍ଡ୍ ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ପ୍ରଦୀପ ନାୟକ। ଯାହାଫଳରେ ଜିଲ୍ଲାର ପ୍ରାୟ ଅଧିକାଂଶ ମହାବିଦ୍ୟାଳୟଗୁଡ଼ିକରେ ସିଟ୍ ସଂଖ୍ୟା ପୂରଣ ହୋଇପାରିନାହିଁ।

Advertisment

ଏନେଇ ଶ୍ରୀ ନାୟକ ଉଚ୍ଚଶିକ୍ଷା ବିଭାଗ ଶାସନ ସଚିବଙ୍କୁ ଇ-ମେଲ ମାଧ୍ୟମରେ ଏକ ଅନୁରୋଧ ପତ୍ର ପ୍ରଦାନ କରିଥିବାର ଜଣାପଡ଼ିଛି। ଶିକ୍ଷାନୁଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟସ୍ତରରେ ଅନ୍‌ଲାଇନ ସୁବିଧା ସହ ସ୍ପଟ୍ ଆଡମିସନ କରାଇବାକୁ ସେ ଦାବି କରିଛନ୍ତି।