ନିଜ ଜିଦରେ ଅଟଳ ଏମାର ମଠର ମହନ୍ତ, ଆସ୍ଥାନ ଉପରେ ବସି ରହିଛନ୍ତି!

ପୁରୀ: ପୁରୀ ଏମାର ମଠର ମହନ୍ତ ରାଜଗୋପାଳ ରାମାନୁଜ ଦାଶ ନିଜ ଜିଦରେ ଅଟଳ।  । ପୁଣି ଥରେ ମଠ ଭିତରେ ବସି ରହିଛନ୍ତି ମହନ୍ତ । ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ ବୁଝାଶୁଝା କରିବା ପରେ ବି ସେ ମାନୁ ନାହାନ୍ତି । ଗତକାଲି ରାତିରେ ଜିଲ୍ଲାପାଳ ମହନ୍ତ ରାଜଗୋପାଳ ରାମାନୁଜ ଦାଶଙ୍କୁ ବୁଝାଶୁଝା କରିବା ପରେ ସେ ସକାଳେ ବାହାରେ ରହିଥିଲେ । ତେବେ କିଛି ସମୟ ପରେ ସେ ପୁଣି ଥରେ ମଠ ଭିତରକୁ ଚାଲି ଯାଇ ଗୋଟିଏ କୋଠରୀରେ ବସି ରହିଛନ୍ତି । ମଠ ଛାଡ଼ୁ ନାହାନ୍ତି ମହନ୍ତ ରାଜଗୋପାଳ ରାମାନୁଜ ଦାଶ । ସେ ପୁଣି ନିଜ ଆସ୍ଥାନ ଉପରେ ବସିଥିବା ଜଣାଯାଇଛି। ସାଧାରଣରେ  ଚର୍ଚ୍ଚା ହେଉଛି ଯେ, ଯେଉଁ ଜାଗାରେ ମହନ୍ତ ବସିଛନ୍ତି ତା’ତଳେ କିଛି ସଂପତ୍ତି ରହିଛି।

ମହନ୍ତ ବସି ରହିଥିବା ହେତୁ ଉକ୍ତ କୋଠରୀକୁ ଉଛେଦ କରିବା ସମ୍ଭବ ହେଉନି । ଏପଟେ ପୁରୀ ଏମାର ମଠରେ ଦ୍ବିତୀୟ ଦିନ ପାଇଁ ଚାଲିଛି ଉଛେଦ କାମ । ଏହି କ୍ରମରେ ଆଜି ପୁରା ମଠକୁ ନିଜ ହେପାଜତକୁ ନେଇଛି ପୁରୀ ପୁଲିସ ପ୍ରଶାସନ । ମଠ ଭିତରକୁ ଆଉ କାହାରିକୁ ପ୍ରବେଶ କରିବାକୁ ଦିଆଯାଉନି । ପୁରା ମଠ ଅଂଚଳରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏଣେ ଶୁଣିବାକୁ ମିଳୁଛି ଯେ ପୁଲିସ ପ୍ରଶାସନ ମହନ୍ତ ରାଜଗୋପାଳ ରାମାନୁଜ ଦାଶଙ୍କୁ ଉଠାଇବା ଲାଗି ପ୍ରସ୍ତୁତ ହେଉଛନ୍ତି।

ସମ୍ବନ୍ଧିତ ଖବର