‘ଇଷ୍ଟର୍ଣ୍ଣ ମିଡିଆ ଡିଜିଟାଲ୍‌’ କେବୁଲ ଅପରେଟରଙ୍କ ବନ୍ଧୁ ମିଳନ, ଖୁବ୍‌ଶୀଘ୍ର ଇଣ୍ଟରନେଟ୍‌ ସୁବିଧା: ସୌମ୍ୟରଂଜନ

କଟକ : ବ୍ୟବସାୟ ପ୍ରତିଷ୍ଠାନର ସର୍ବନିମ୍ନ ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସନ୍ତୁଷ୍ଟ କରିବା ସହ ଗ୍ରାହକଙ୍କୁ ଉଚିତ ସେବା ଯୋଗାଇବା ହେଉଛି ସବୁ ସଫଳ ବ୍ୟବସାୟର ମୂଳମନ୍ତ୍ର। ସାରା ଓଡ଼ିଶାରେ ଇଷ୍ଟର୍ଣ୍ଣ ମିଡିଆ ଡିଜିଟାଲ ସେବା ଯୋଗାଇବାକୁ ହେଲେ ଏକ ମାଧ୍ୟମର ଆବଶ୍ୟକତା ରହିଛି। ସେହି ମାଧ୍ୟମ ହେଉଛନ୍ତି କେବୁଲ ଅପରେଟର, ଯାହାଙ୍କ ସହଯୋଗରେ ଏହି ସେବା ସାରା ଓଡ଼ିଶାରେ ପହଞ୍ଚିପାରିବ ବୋଲି ‘ସମ୍ବାଦ’ ସଂପାଦକ ତଥା ‘ଆମ ଓଡ଼ିଶା’ ଅଧ୍ୟକ୍ଷ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଆଶାପୋଷଣ କରିଛନ୍ତି।

ସେଲଟର୍‌ ଛକସ୍ଥିତ ସ୍ୱାଭିମାନ ଭବନରେ ଆୟୋଜିତ ‘ଇଷ୍ଟର୍ଣ୍ଣ ମିଡିଆ ଡିଜିଟାଲ୍‌’ କେବୁଲ ଅପରେଟରଙ୍କ ବନ୍ଧୁମିଳନ ଉତ୍ସବରେ ଶ୍ରୀ ପଟ୍ଟନାୟକ ଯୋଗ ଦେଇ କହିଲେ ଆସନ୍ତା କିଛି ମାସ ମାଧ୍ୟରେ ଇଏମ୍‌ ଡିଜିଟାଲ ସାରା ଓଡ଼ିଶାର ଲୋକଙ୍କୁ ସୁଲଭ ମୂଲ୍ୟରେ ଇଣ୍ଟରନେଟ୍‌ ସୁବିଧା ଯୋଗାଇ ଦେବ। ଉତ୍ସବରେ ଅବିଭକ୍ତ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ‘ଇଷ୍ଟର୍ଣ୍ଣ ମିଡିଆ ଡିଜିଟାଲ୍‌’ କେବୁଲ ଅପରେଟର ମାନେ ଯୋଗ ଦେଇଥିଲେ। ଉତ୍ସବରେ ଇଏମ୍‌ ଡିଜିଟାଲ୍‌ର ଡିଜିଏମ୍‌ ବିନୋଦ ପଣ୍ଡା, ମୁଖ୍ୟ ପରିଚାଳକ ଦିଲ୍ଲୀପ କୁମାର ଭୂୟାଁ, ମାକେଟିଂ ଅଫିସର ପ୍ରଦୀପ୍ତ ପ୍ରଧାନ, ଟେକ୍‌ନିକାଲ୍‌ ଅଫିସର ପ୍ରଶାନ୍ତ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରମ୍ୟରଂଜନ ଚୌଧୁରୀ, ବିରତ ମୂଳିଆ, ପ୍ରଦୀପ ଛାଟୋଇ, ସଞ୍ଜୀବ ଦାସ, ପ୍ରଭାତ ଦାଶ, ରଶ୍ମିରଂଜନ ନନ୍ଦ, ସୁଭାଷ ଦାଶ, ରଞ୍ଜିତ ମିଶ୍ର, ପ୍ରଶାନ୍ତ ମୂଳିଆ, ରାଜକୁମାର ସାହୁ, ପ୍ରଦେଶ ଦାସ, କମଲ ଭଟ୍ଟଚାର୍ଯ୍ୟ, ଅଶୋକ ବଡ଼ଜେନା, ସୂର୍ଯ୍ୟକାନ୍ତ ପ୍ରଧାନ, ମାନସ ସାହୁ, ହୃଦାନନ୍ଦ ଦାସ, କେଶବ ରାଉତ, ଭାଗବତ ପ୍ରସାଦ ଦାସ, ଅକ୍ଷୟ ଦାସ, ଦିଲ୍ଲୀପ ଦଳାଇ, ପବିତ୍ର ମାଝି, ଜ୍ଞାନରଂଜନ ଶତପଥୀ, ପ୍ରଶାନ୍ତ ଭୋଇ, ଜ୍ଞାନରଂଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର