ପାଗ ଖରାପ ହେତୁ କୋଲକାତା ଯାଉଥିବା ଏହି ଚାରିଟି ବିମାନ ଭୁବନେଶ୍ୱରରେ ଜରୁରୀ ଅବତରଣ କରିଛି

ଭୁବନେଶ୍ୱର: ଏଇକିଛିଦିନ ହେବ ପାଗ ଖରାପ ରହିଛି। କେତେକ ସ୍ଥାନରେ କାଳବୈଶାଖୀ ସହିତ ୫୦ରୁ ୬୦କିଲୋମିଟର ବେଗରେ ପବନ ବହୁଛି। ତେବେ ରବିବାର କୋଲକାତାରେ ଖରାପ ପାଗ ଯୋଗୁଁ ଭୁବନେଶ୍ୱର ବିମାନବନ୍ଦରରେ କୋଲକତା ଅଭିମୁଖେ ଯାଉଥିବା ଚାରିଟି ବିମାନ ଜରୁରୀ ଅବତରଣ କରିଛି। ସେହି ବିମାନଗୁଡ଼ିକ ହେଲା ବେଙ୍ଗାଲୁରୁ-କୋଲକାତା, ଦିଲ୍ଲୀ-କୋଲକାତା, ପାଟଣା-କୋଲକାତା ଓ ମୋହନବାରି-କୋଲକାତା  । ବିମାନ ନମ୍ବରଗୁଡ଼ିକ ହେଲା ୬ଇ ୧୭୨ ବିଏଲ୍‌ଆର୍‌ ସିସିୟୁ, ୯ଡବ୍ଲ୍ୟୁ୯୦୭ ଡିଇଏଲ୍‌ ସିସିୟୁ,୬ଇ୭୦୮ ପଟନା ସିସିୟୁ,ଏଲ ୭୧୦ମୋହନବାରି ସିସିୟୁ।

ଏହି ଚାରିଟି ବିମାନରେ ୨୦୦ରୁ ଊର୍ଧ୍ୱ ଯାତ୍ରୀ କୋଲକତା ଅଭିମୁଖେ ଯାତ୍ରା କରିବାର ଥିଲା। ତେବେ ପାଗ ଖରାପ ହେତୁ ଏହି ସମସ୍ତ ଯାତ୍ରୀଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇବାକୁ ପଡ଼ିଛି। ପାଗ ଆଜି ରାତି ସୁଦ୍ଧା ଠିକ୍‌ ହେବ ନା ଆହୁରି ବିଳମ୍ବ ହେବ ସେ ନେଇ ଯାତ୍ରୀ ସନ୍ଦେହରେ ପଡ଼ିଛନ୍ତି। ବିମାନଟି ଠିକ୍‌ ସମୟରେ କୋଲକାତା ନପହଞ୍ଚି ଭୁବନେଶ୍ୱରରେ ଅଟକିବା ହେତୁ ଯାତ୍ରୀଙ୍କ ଅନେକ ଜୁରୁରୀ କାମ ବାଧା ପ୍ରାପ୍ତ ହୋଇଛି। ତେବେ ଏନେଇ ସେମାନେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ହେଁ ସଠିକ୍‌ ସୂଚନା ପାଇ ପାରୁ ନାହାନ୍ତି। ଯାହାକୁ ନେଇ ସେମାନଙ୍କ ମନରେ ଅସନ୍ତୋଷତା ଦେଖା ଦେଇଛି।

ସମ୍ବନ୍ଧିତ ଖବର