ସଚିବାଳୟରେ ଲାଗିଲା ବରପୁତ୍ରଙ୍କ ନୂଆ ତୈଳଚିତ୍ର

ଭୁବନେଶ୍ୱର : ରାଜ୍ୟ ସଚିବାଳୟରେ ବରପୁତ୍ରମାନଙ୍କ ନୂଆ ତୈଳଚିତ୍ର ଶୋଭାପାଉଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆଜି ଏହାକୁ ଲଗାଯାଇଛି। ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହରୁ, ସହିଦ ଲକ୍ଷ୍ମଣ ନାୟକ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ବୀର ସୁରେନ୍ଦ୍ର ସାଏ, ସଦାଶିବ ପ୍ରଧାନ, ନବକୃଷ୍ଣ ଚୌଧୁରୀ ଓ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ନୂଆ ତୈଳଚିତ୍ର ଦେଖିବାକୁ ମିଳୁଛି। ଅନ୍ୟ ମହାପୁରୁଷମାନଙ୍କ ତୈଳଚିତ୍ରକୁ ପର୍ଯ୍ୟାୟକ୍ରମେ ନୂଆ ରୂପ ଦିଆଯିବ। ରାଜ୍ୟ ଲଳିତ କଳା ଏକାଡେମିକୁ ଏହାର ଦାୟିତ୍ୱ ଦିଆଯାଇଛି। ଏହି ନବୀକରଣ କାର୍ଯ୍ୟ ପାଇଁ ବିଭାଗ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅର୍ଥ ବରାଦ କରାଯାଇଛି।

ସମ୍ବନ୍ଧିତ ଖବର