ଭୁବନେଶ୍ବର : ବିଧାନସଭାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଷ୍ଟାଣ୍ଡିଂ କମିଟିର ଦ୍ବିତୀୟ ବୈଠକ ବିଧାୟକ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ବେହେରା କହିଥିଲେ ଯେ ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ସଂପ୍ରଦାୟ ଓ ସମାଜର ପଛୁଆବର୍ଗର ଛାତ୍ରଛାତ୍ରୀଙ୍କ ବିକାଶ ଉପରେ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇ ଆସୁଛନ୍ତି। ଶିକ୍ଷାର ବିକାଶ ଦ୍ବାରା ହିଁ ସେମାନଙ୍କୁ ସଂପୂର୍ଣ୍ଣଭାବେ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇପାରିବ। ପାଠ୍ୟପୁସ୍ତକ ଓ ଛାତ୍ରାବାସଗୁଡ଼ିକର ଉନ୍ନତୀକରଣ ଉପରେ ବୈଠକରେ ଆଲୋଚନା ହୋଇଥିଲା। ସମସ୍ତ ସମସ୍ୟାଗୁଡ଼ିକର ତ୍ବରିତ ସମାଧାନ ପାଇଁ ଶ୍ରୀ ବେହେରା ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।
ବୈଠକରେ ଶଙ୍କର ଓରାମ, ସାଲୁଗା ପ୍ରଧାନ, ପର୍ଶୁରାମ ଧଡ଼ା, ବିଜୟ ଶଙ୍କର ଦାସ, ପୂର୍ଣ୍ଣଚନ୍ଦ୍ର ବାକା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବ ରଂଜନା ଚୋପ୍ରା, ବିଧାନସଭା ସଚିବ ଦାଶରଥୀ ଶତପଥୀ, ବିଭାଗୀୟ ନିର୍ଦେଶକ ଗୁହା ପୁନମ ତାପସ କୁମାର ପ୍ରମୁଖ ଆଲୋଚନାରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/Sashibhusan-Behera.jpg)