କର୍ମଚାରୀଙ୍କୁ ମାର୍ଚ ଦରମା ମିଳିବା ବାଟ ଫିଟିଲା

ଭୁବନେଶ୍ୱର : ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଆଜି ସୁଦ୍ଧା ମାର୍ଚ ମାସର ଦରମା ମିଳି ପାରି ନାହିଁ। ଏ ନେଇ ଆଜି ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ଅର୍ଥ ବିଭାଗ ତତ୍ପରତା ପ୍ରକାଶ କରିଛି। କର୍ମଚାରୀମାନଙ୍କୁ କିଭଳି ଦରମା ଶୀଘ୍ର ମିଳିପାରିବ ସେ ନେଇ ଅର୍ଥ ବିଭାଗ ପକ୍ଷରୁ କସରତ କରାଯିବା ପରେ ସମାଧାନର ସୂତ୍ର ବାହାରିଛି। ଏହି ସୂତ୍ର ଅନୁଯାୟୀ ଯେଉଁ ଡ୍ରଇଂ ଓ ଡିସ୍‌ବର୍ସିଂ ଅଫିସର (ଡିଡିଓ) ଆନୁଆଲ ଏଷ୍ଟାବ୍ଲିସମେଣ୍ଟ ରିଭ୍ୟୁ ବା ଏଇଆର୍‌ ଦାଖଲ କରିନାହାନ୍ତି ସେମାନେ ମାର୍ଚ ମାସର ଏଇଆର୍‌ ବିନା ଦରମା ବିଲ୍‌ ଦାଖଲ କରିବେ। ଫଳରେ କର୍ମଚାରୀମାନଙ୍କୁ ଶୀଘ୍ର ଦରମା ପ୍ରଦାନ କରିହେବ। ଆଜି ଏ ନେଇ ଅର୍ଥ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତିରେ ବିଭାଗୀୟ ପ୍ରମୁଖ ସଚିବ ଡିଡିଓମାନଙ୍କୁ ମାର୍ଚ ମାସର ଦରମା ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ଏଇଆର୍‌ ଦାଖଲ କରିବା ତାରିଖ ଘୋଷଣା ପାଇଁ ସ୍ୱତନ୍ତ୍ର ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ ୩୧ ତାରିଖରେ ୨୦୧୭-୧୮ ପାଇଁ ଡିଡିଓମାନେ ଏଇଆର୍‌ ଦାଖଲ ନକଲେ ହ୍ୟୁମାନ୍‌ ମ୍ୟାନେଜମେଣ୍ଟ ରିସୋର୍ସ ସିଷ୍ଟମ୍‌ ବା ଏଚ୍‌ଏମ୍‌ଆର୍‌ଏସ୍‌ ଦରମା ବିଲ୍‌ ବାହାରିବ ନାହିଁ ବୋଲି ଅର୍ଥ ବିଭାଗ ପୂର୍ବରୁ ନିର୍ଦେଶ ଦେଇଥିଲା।

ସମ୍ବନ୍ଧିତ ଖବର