ପୁରୀ: ମହାପ୍ରଭୁଙ୍କ ନୀଳଚକ୍ରରେ ଲାଗିଥିବା ପତିତପାବନ ବାନାରେ ଆଜି ଶୂନ୍ୟଗଣ୍ଠି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ବିଶ୍ବବାସୀଙ୍କ ପାଇଁ ଶୁଭ ସୂଚନା ବୋଲି ଚୁନରା ସେବକମାନେ କହିଛନ୍ତି। ନୀଳଚକ୍ର ବାନାରେ ଆପେ ଆପେ ଗଣ୍ଠି ପଡ଼ିଗଲେ, ଏହାକୁ ଶୂନ୍ୟଗଣ୍ଠି ବୋଲି କୁହାଯାଏ ଓ ଏହା ଶୁଭଙ୍କର ବୋଲି ବିବେଚନା କରାଯାଏ। ଆଜି ସକାଳେ ପତିତପାବନ ବାନାରେ ଏଭଳି ଏକାଧିକ ଶୂନ୍ୟଗଣ୍ଠି ପଡ଼ିଥିବା ଦେଖିବାକୁ ମିଳିଥିଲା।
ଏହି ଖବର ପ୍ରଚାରିତ ହେବା ପରେ ଶ୍ରୀମନ୍ଦିର ବାହାରେ ଓ ଭିତରେ ଭକ୍ତଙ୍କ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ବାନା ଲାଗି ହେବା ପରେ ଶୂନ୍ୟଗଣ୍ଠି ପଡ଼ିଥିବା ଏହି ବାନାକୁ ନେବାକୁ ଭକ୍ତଙ୍କ ମହଲରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ଚୁନରା ନିଯୋଗ ସଂପାଦକ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଶୂନ୍ୟଗଣ୍ଠିକୁ ନେଇ ଭକ୍ତଙ୍କ ମହଲରେ ଧାର୍ମିକ ବିଶ୍ବାସ ରହିଛି। ପବନରେ ଏଭଳି ଶୂନ୍ୟଗଣ୍ଠି ପଡ଼ିଯାଏ। କିନ୍ତୁ ଶୂନ୍ୟଗଣ୍ଠିକୁ ନେଇ ଭକ୍ତଙ୍କୁ ଅତିରଂଜିତ କରି କହିବା ଅବା ଅପପ୍ରଚାର କରିବା ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/18/1lufcINgLOSqtLaw6JXl.jpg)