ନୂଆଦିଲ୍ଲୀରେ ସ୍ବାଧୀନତା ଦିବସ ଉତ୍ସବରେ ଓଡ଼ିଶାରୁ ୧୦ ଜଣଙ୍କ ଯୋଗଦାନ

ଭୁବନେଶ୍ବର : ଲାଲକିଲ୍ଲାରେ ଆୟୋଜିତ ୭୫ତମ ସ୍ବାଧୀନତା ଦିବସ ଉତ୍ସବରେ ଭାରତ ସରକାରଙ୍କ ନିମନ୍ତ୍ରଣ କ୍ରମେ ଓଡ଼ିଶାରୁ ୧୦ ଜଣ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ସେମାନେ ହେଲେ ପଦ୍ମଶ୍ରୀ ଅରୁଣା ମହାନ୍ତି, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ସଙ୍ଗୀତା ଗୋସାଇଁ, ରତିକାନ୍ତ ମହାପାତ୍ର, ବିଜୟ ଜେନା, ଜଗନ୍ନାଥ ପଣ୍ଡା, ମୀରା ଦାସ, ପଦ୍ମିନୀ ଦୋରା, ଅଭିନ୍ନ ରାଉତରାୟ ଓ ଗାୟତ୍ରୀବାଳା ପଣ୍ଡା। ସ୍ବାଧୀନତା ଦିବସ ଉପଲକ୍ଷେ ପ୍ରଥମ ଥର ପାଇଁ ରାଜ୍ୟରୁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା। ଏହି ଅତିଥିମାନେ ଓଡ଼ିଶାର ପାରମ୍ପରିକ ବେଶଭୂଷା ସହ ଉତ୍ସବର ଶୋଭାବର୍ଦ୍ଧନ କରିଥିଲେ। କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ବିଭାଗ ପକ୍ଷରୁ ସେମାନଙ୍କୁ ଆତିଥ୍ୟ ପ୍ରଦାନ କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ବ୍ୟକ୍ତିମାନଙ୍କ ନାମ ସୁପାରିସ୍ କରାଯାଇଥିବା ବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନୂଆଦିଲ୍ଲୀ ଗସ୍ତର ସମସ୍ତ ବନ୍ଦୋବସ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର