ଚାନ୍ଦିପୋଷରେ ଏନକାଉଣ୍ଟର: ଦୁଇ କୁଖ୍ୟାତ ଅପରାଧୀ ଆହତ, ଏକେ -୪୭ ଓ ୨୦ ଅଫୁଟା ଗୁଳି ଜବତ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲ ଚାନ୍ଦିପୋଷ ଥାନା ଅଞ୍ଚଳରେ ବଡ଼ ଧରଣର ଏନକାଉଣ୍ଟର ହୋଇଛି। ଏଥିରେ ଦୁଇ କୁଖ୍ୟାତ ଅପରାଧୀ ଆହତ ହୋଇଛନ୍ତି। ଉଭୟ ଝାରଖଣ୍ଡର ବୋଲି ଜଣାଯାଇଛି। ଏମାନଙ୍କ ନିକଟରୁ ଏକେ -୪୭ ବନ୍ଧୁକ ଓ ୨୦ଟି ଅଫୁଟା ଗୁଳି ଜବତ ହୋଇଛି। ଆହତମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି।

ରାଉରକେଲା ଏସପି ମୁକେଶ ଭାମୋ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଆରଜିଏଚରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧିତ ଖବର