ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ପୁଲିସକୁ ମିଳିଛି ବଡ଼ ସଫଳତା। ଏସ୍ଟିଏଫ୍ ଓ ପୁଲିସ ବାହିନୀ ସହ ଏନକାଉଣ୍ଟରରେ ତିନି ମହିଳା ନକ୍ସଲଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି। ଛତିଶଗଡ଼ର ଧମତେରି ଜିଲ୍ଲା ପୁଲିସକୁ ନକ୍ସଲଙ୍କ ଏକ କ୍ୟାମ୍ପ ଚାଲିଥିବା ନେଇ ସୂଚନା ମିଳିବା ପରେ ଜିଲ୍ଲା ପୁଲିସ ଓ ଏସଟିଏଫ ଯବାନ କାହରାଲୀ ଏବଂ ମେଚକା ଗାଁ ଜଂଗଲରେ କମ୍ବିଂ ଅପରେସନ୍ ଆରମ୍ଭ କରିଦେଇଥିଲେ। ଯବାନ ନକ୍ସଲଙ୍କ କ୍ୟାମ୍ପ ନିକଟରେ ପହଞ୍ଚିବା ପରେ ନକ୍ସଲ କ୍ୟାମ୍ପର ସେଣ୍ଟ୍ରି ଯବାନଙ୍କୁ ଦେଖି ଆଖିବୁଜା ଗୁଳି ଚଳାଇଥିଲା। ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ନକ୍ସଲ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଝିପିଝିପି ବର୍ଷା ସତ୍ତ୍ବେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଗୁଳି ବିନିମୟ ପରେ ହଠାତ୍ ନକ୍ସଲଙ୍କ ପକ୍ଷରୁ ଗୁଳିଚାଳନା ବନ୍ଦ ହୋଇଯାଇଥିଲା। ପୁଲିସ ଓ ଯବାନଙ୍କ ଗୁଳିଚାଳନା ଆଗରେ ନକ୍ସଲ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ। ଏହାପରେ ଯବାନମାନେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଘଟଣାସ୍ଥଳରୁ ପୁଲିସ ଚାରି ନକ୍ସଲଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ମାଓବାଦୀ ଓ ଜଣେ ପୁରୁଷ ମାଓବାଦୀ ରହିଥିବା ଜଣାଯାଇଛି। ଏହି ଗୁଳି ବିନିମୟରେ ଆହୁରି ବହୁ ନକ୍ସଲ ମୃତାହତ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରୁ ଯବାନମାନେ ନକ୍ସଲଙ୍କ ମୃତଦେହକୁ ନେଇ ଜିଲ୍ଲା କାର୍ଯ୍ୟାଳୟକୁ ଫେରୁଥିବା ସୂଚନା ମିଳିଛି । ମୃତଦେହ ପହଞ୍ଚିବା ପରେ ସେମାନଙ୍କୁ ଚିହ୍ନଟ କରାଯିବ।
ଛତିଶଗଡ଼ ସୀମାନ୍ତରେ ଏନ୍କାଉଣ୍ଟର, ୩ ମହିଳା ନକ୍ସଲଙ୍କ ସମେତ ୪ ମୃତ
/sambad/media/post_attachments/wp-content/uploads/2019/07/Untitled-34-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)