ଭୁବନେଶ୍ୱର : ଆଜି ସଂଧ୍ୟାରେ କନ୍ଧମାଳରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇ ୨ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ଏ ସଂପର୍କରେ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି ।
LW extremists opened fire on SOG and DVF of Odisha police in Kandhamal District today evening .SOG n DVF returned the fire .From the spot
2 dead bodies (1 male and 1 female in uniform) 1 INSAS, 1 carbine and 2 country made weapons recovered.
Our personnel are safe .— DGP, Odisha (@DGPOdisha) July 23, 2020
ଟ୍ଵିଟ କରି ସେ ଲେଖିଛନ୍ତି ଯେ ଆଜି ସଂଧ୍ୟାରେ ଓଡ଼ିଶା ପୁଲିସର ଏସଓଜି ଓ ଡିଭିଏଫ (ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରୀ ଫୋର୍ସ) କମ୍ବିଂ ଅପରେସନ ଚଳାଉଥିବା ବେଳେ ମାଓବାଦୀମାନେ ପୁଲିସ ଉପରକୁ ଗୁଳିଚାଳନା କରିଥିଲେ । ପୁଲିସ ପକ୍ଷରୁ ତୁରନ୍ତ ଏହାର ଜବାବ ଦିଆଯାଇଥିଲା । ଏହି ଗୁଳି ବିନିମୟରେ ୨ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଥିବା ବେଳେ ଅନ୍ୟ ଜଣକ ମହିଳା କ୍ୟାଡର ମାଓବାଦୀ ବୋଲି ଜଣାପଡ଼ିଛି । ସେମାନେ ମାଓ ୟୁନିଫର୍ମ ପିନ୍ଧିଥିଲେ । ଘଟଣାସ୍ଥଳରୁ ସେମାନଙ୍କ ମୃତଦେହ ଜବତ ହୋଇଛି । ସେମାନଙ୍କ ନିକଟରୁ ଗୋଟିଏ ଇନସାସ, ଗୋଟିଏ କାର୍ବାଇନ ଓ ୨ଟି ଦେଶୀ ମାରଣାସ୍ତ୍ର ଜବତ ହୋଇଛି । ତେବେ ଏହି ଏନକାଉଣ୍ଟରରେ ଓଡ଼ିଶା ପୁଲିସର କୌଣସି କ୍ଷତି ହୋଇନାହିଁ ବୋଲି ସେ ଲେଖିଛନ୍ତି ।
ପୁଲିସ ମହାନିର୍ଦ୍ଦେଶକ ଅଭୟ ଏହି ଅବସରରେ ମାଓବାଦୀଙ୍କୁ ପୁଣି ଥରେ ଆତ୍ମସମର୍ପଣ କରିବାକୁ ନିବେଦନ କରିଛନ୍ତି । ଅସ୍ତ୍ରଛାଡ଼ି ମୁଖ୍ୟଧାରାରେ ସାମିଲ ହେବା ସହ ଓଡ଼ିଶା ସରକାରଙ୍କ ଆକର୍ଷଣୀୟ ଥଇଥାନ ପ୍ୟାକେଜକୁ ଗ୍ରହଣ କରିବାକୁ ସେ ମାଓବାଦୀମାନଙ୍କୁ କହିଛନ୍ତି ।