ମାଲକାନଗିରି : ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା। ମାଥିଲି ବ୍ଲକ ମହୁପଦର ପଞ୍ଚାୟତର ତୁଳସୀ ପାହାଡରେ ହୋଇଥିବା ଏନକାଉଣ୍ଟରେ ଜଣେ ହାର୍ଡକୋର ନକ୍ସଲ ନିହତ ହୋଇଛି। ସେହିପରି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିବାରେ ସକ୍ଷମ ହୋଇଛି ପୁଲିସ। ମୃତ ନକ୍ସଲ ୨୬ ମିଲିଟାରି ପ୍ଲାଟୁନର ସଦସ୍ୟ ଓରା କୋରାମି ବୋଲି ଜଣାପଡିଛି।
ମହୁପଦର ପଞ୍ଚାୟତର ତୁଳସୀ ପାହାଡରେ ମାଓବାଦୀ କ୍ୟାମ୍ପ କରି ରହିଥିବା ସଂପର୍କରେ ପୁଲିସକୁ ସୂଚନା ମିଳିଥିଲା। କିଛି ଅଘଟଣ ଘଟାଇବା ପାଇଁ ସେଠାରେ ଯୋଜନା ଚାଲିଥିବା ନେଇ ବି ଖବର ମିଳିଥିଲା। ଏହାପରେ ମାଲକାନଗିରି ଏସପି ଜଗମୋହନ ମୀନାଙ୍କ ନେତୃତ୍ୱରେ ଡିଭିଏଫ୍ ଏବଂ ଜିଲ୍ଲା ପୁଲିସର ମିଳିତ ଟିମ୍ ଅପରେସନ ଆରମ୍ଭ କରିଥିଲା। ମହୁପଦର ସ୍ଥିତ ତୁଳସୀ ପାହାଡ଼କୁ ଚାରିପଟୁ ଘେରି ଯାଇ ତଲାସୀ ଆରମ୍ଭ କରିଥିଲେ। ପୁଲିସ ସହ ସୁରକ୍ଷା କର୍ମୀ ଜଙ୍ଗଲରେ ପଶିଥିବା ସୂଚନା ପାଇବା ପରେ ସଜାଗ ହୋଇଯାଇଥିଲେ ମାଓବାଦୀ। କ୍ୟାମ୍ପ ନିକଟରେ ଯବାନ ପହଞ୍ଚିବା ପୂର୍ବରୁ ନକ୍ସଲ ଆଖିବୁଜା ଗୁଳି ଚଳାଇଥିଲେ। ଯବାନମାନେ ବି ଏହାର ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା। ତେବେ ଯବାନଙ୍କ ଗୁଳିର ସାମ୍ନା କରି ନପାରି ମାଓବାଦୀ ପଛଘୁଞ୍ଚା ଦେଇଥିଲେ। ଏହାପରେ ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ କ୍ୟାଡର ନକ୍ସଲଙ୍କ ଶବ ଠାବ କରିଥିଲେ ଯବାନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/Mkg-encounter-1-naxal-dead-1.jpg)