ପୁରୀ: ସ୍ୱର୍ଗଦ୍ୱାରର ଜବରଦଖଲ ହୋଇଥିବା ୧୦ ଏକର ଜମି ଶ୍ରୀମନ୍ଦିର ଖାତାକୁ ଫେରିଲା

ପୁରୀ: ପୁରୀ ସ୍ୱର୍ଗଦ୍ୱାରଠାରେ ଜବରଦଖଳ ହୋଇଥିବା ୧୦ ଏକର ୧୭ ଡିସିମିଲ ଜମି ପୁଣି ଆଜି ଶ୍ରୀମନ୍ଦିର ଖାତାକୁ ଫେରିଛି। ଓଡ଼ଏ କଲେକ୍ଟର ପୁରୀ , ଆଜି ଏହି ମର୍ମାରେ ନିର୍ଦ୍ଦେଶନାମା ଶୁଣାଇଛନ୍ତି।
ସୂଚନାଯୋଗ୍ୟ ଯେ ପୁରୀ ସ୍ୱର୍ଗଦ୍ୱାର ଠାରେ ଶ୍ରୀମନ୍ଦିରର ୩୦ ଏକର ୪୦୦ ଡିସିମିଲ ଜମି ଜବରଦଖଲ ହୋଇଥିବା ନେଇ ଓଇଏ କଲେକ୍ଟର ପୁରୀଙ୍କ ନିକଟରେ ଶ୍ରୀମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଆବେଦନ କରିଥିଲେ। ପୂର୍ବରୁ ଏ ନେଇ ୧୪ ଏକର ଜମି ଶ୍ରିୀମନ୍ଦିର ଖାତାକୁ ଓଇଏ କଲେକ୍ଟର ଫେରାଇଥିଲେ। ଆଜି ୧୦ ଏକର ୧୭ ଡିସିମିଲ ଶ୍ରୀମନ୍ଦିର ଖାତାକୁ ଫେରାଇଛନ୍ତି। ଅବଶିଷ୍ଟ ୬ ଏକର ୩୮୩ ଡିସିମିଲ ଜମିର ଶୁଣାଣି ପରବର୍ତ୍ତୀ ସମୟରେ କରାଯିବ ବୋଲି ଓଇଏ କଲେକ୍ଟର ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର