ଭଦ୍ରକ: ଭଦ୍ରକର ବାଇପାସ୍ ଛକରେ ଗୁରୁବାର ଦ୍ୱିତୀୟ ଦିନରେ ଜବର ଦଖଲ  ଉଚ୍ଛେଦ କରାଯାଇଛି ।  ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ ଆରମ୍ଭ କରାଯାଇଥିବା ବେଳେ ଭଦ୍ରକର ଚାନ୍ଦବାଲି ରୋଡ଼ ଵାଇପାସ ଛକ ଠାରୁ  ସରକାର ନଗର ପର୍ଯ୍ୟନ୍ତ  ଜବର ଦଖଲ ଉଚ୍ଛେଦ କରାଯାଉଛି ।

Advertisment

ଏହି ରାସ୍ତାରେ ଉଭୟ ପାର୍ଶ୍ଵରେ ଦୀର୍ଘ ବର୍ଷ ହେଲା ଲୋକମାନେ ସରକାରୀ ଜମିକୁ ଜବର ଦଖଲ କରି  ଦୋକାନ ଓ କୋଠାଘର  ନିର୍ମାଣ କରି ବ୍ୟବସାୟ ଚଳାଇଥିଲେ। ରାସ୍ତା ସମ୍ପ୍ରସାରଣ ହେବା ପାଇଁ ଏହି ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ ପାଇଁ ପୂର୍ବରୁ ପ୍ରଶାସନ ପକ୍ଷରୁ ନୋଟିସ୍ ଦିଆଯାଇଥିଲା।

ଗତ ୧୫ ତାରିଖରେ ମାଇକ୍‌ରେ ଘୋଷଣା କରାଯାଇଥିବା ବେଳେ ୧୬ ତାରିଖରେ  ବାଇପାସ୍ ଛକରେ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଉଚ୍ଛେଦ ବେଳେ  ଲୋକଙ୍କର ପ୍ରତିକ୍ରିୟା ଥିଲା ଆମକୁ ଆଗ ଥଇଥାନ କରି ପରେ ଜବର ଦାଖଲ ଉଚ୍ଛେଦ କରାଯାଉ। ମାତ୍ର ପ୍ରଶାସନର ନିର୍ଦ୍ଦେଶ ଅଛି ଆଗ ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ କରାଯିବ ବୋଲି ଉପସ୍ଥିତ ଥିବା ଅଧିକାରୀ କହିଛନ୍ତି। ସରକାରୀ ଜମି କାହା ଦଖଲରେ ରହି ପାରିବ ନାହିଁ। ଏହି ନିର୍ଦ୍ଦେଶ ଆସିବା ପରେ ଘଟଣା ସ୍ଥଳରେ  ଉତ୍ତେଜନା ପ୍ରକାଶ ପାଇଥିଲା ।  

ଲୋକଙ୍କର ପ୍ରଶାସନ, ପୁଲିସ ସହ  ମୁହାଁମୁହିଁ ପରିସ୍ଥିତି ସୃଷ୍ଠି ହୋଇଥଲା।  ପରିସ୍ଥିତି ଯେତେ ଗମ୍ଭୀର ହୋଇଥିଲେ ମଧ୍ୟ ପ୍ରଶାସନ  ଜବର ଦଖଲକାରୀଙ୍କ କୋଠା ଉପରେ  ବୁଲଡୋଜର  ଚାଲାଇ ଥିଲେ। ତବେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବରେ ଲଗିଛି।