ବାରଙ୍ଗ କାର୍ତ୍ତିକେଶ୍ୱର ଭସାଣି ଉତ୍ସବ ଶେଷ

ବାରଙ୍ଗ: ବାରଙ୍ଗ କାର୍ତ୍ତିକେଶ୍ୱର ପୂଜାର ଭସାଣ ଉତ୍ସବ ଆଜି ରାତିରେ ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନୀୟ ଅଞ୍ଚଳରେ ପୂଜା ପାଉଥିବା ୧୦ ମେଢ଼ ଏହି ଭସାଣିରେ ସାମିଲ ହୋଇଥିଲେ। ରବିବାର ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଭସାଣ ଉତ୍ସବରେ ୧୫ ମେଢ଼ ସାମିଲ ହୋଇଥିଲେ। ଦ୍ୱିତୀୟ ପର୍ଯାୟ ଭସାଣି ଉତ୍ସବରେ ଫୁଲପୋଖରୀ ଗ୍ରାମର ମହାଦେବ କମିଟି, ଖଣ୍ଡୁଆଳ, ନୂଆ କୁମ୍ଭାର ସାହି, ଗାନ୍ଧୀ ବଜାର, ପ୍ରେମ ବଜାର, ପୁରୁଣା ବାରଙ୍ଗ, ଗଦେଇକୁଦ, ଆନନ୍ଦ ବଜାର, ପ୍ରାଚୀ ବଜାର ଓ ବଙ୍ଗାଳୀ ସାହି ପୂଜା କମିଟିର ମେଢ଼ ସାମିଲ ହୋଇଥିଲେ। ନିର୍ଦ୍ଧାରିତ ସମୟରେ ପରମ୍ପରା ଅନୁଯାୟୀ ମୂର୍ତ୍ତି ବିସର୍ଜନ ପରେ ଶେଷ ହୋଇଛି ବାରଙ୍ଗ ଭସାଣ ଯାତ୍ରା। ଚଳିତ ବର୍ଷ ଶାନ୍ତି ଓ ଶୃଙ୍ଖଳାର ସହିତ ପର୍ବ ଶେଷ ହୋଇଥିବାରୁ ଆଞ୍ଚଳିକ ଶାନ୍ତି କମିଟିର ସଭାପତ ପ୍ରତାପ ଚନ୍ଦ୍ର ପାଣି, ସମ୍ପାଦକ ସୁରେଶ କୁମାର ମହାନ୍ତି, ଉପସଭାପତି ସୁଧାକର ପାଣି, ଅଶୋକ କୁମାର ରାଉତ, ତପନ ସେଠୀ, ଅଭିମନ୍ୟୁ ବେହେରା, ସଂଗ୍ରାମ କେଶରୀ ମହାପାତ୍ର ଓ ଦିବାକର ମୁଦୁଲି ପ୍ରମୁଖ ସମସ୍ତ ପୂଜା କମିଟିକୁ ଧନ୍ୟବାଦ ଜଣାଇଛନ୍ତି। ୪୮ ମଣ୍ଡଳ ନାମ ସଂକୀର୍ତ୍ତନ କମିଟି ମହନ୍ତ ଡ.କିଶୋର ଚନ୍ଦ୍ର ପାଣି, ଅଧିକାରୀ ଦିଲ୍ଲୀପ କୁମାର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର